www.samajalive.in
Saturday, December 13, 2025
26.1 C
Bhubaneswar

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ଅନୁଗ୍ରହୀତଙ୍କ ନାମ ଘୋଷଣା

ମୁମ୍ବଇ: ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏସ ଏଜେନ୍ସି ଫର ଇଂଟରନ୍ୟାସନାଲ ଡେଭଲପମେଂଟ (ୟୁଏସଏଡ୍) ପକ୍ଷରୁ ଆରମ୍ଭ କରାଯାଇଥିବା ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ଜରିଆରେ ସମଗ୍ର ଦେଶରେ ଦଶଟି ସଂଗଠନ ଅନୁଗ୍ରହୀତ ଭାବରେ ମନୋନୀତ ହୋଇଛନ୍ତି । ଏହି ପ୍ରୟାସ ଜରିଆରେ ଲିଙ୍ଗଗତ ଡିଜିଟାଲ ପାର୍ଥକ୍ୟ ଦୂର କରିବା ଦିଗରେ ସହାୟତା କରିବାକୁ ୧୧ କୋଟି ଟଙ୍କାରୁ ଅଧିକ ନିବେଶ କରାଯାଇସାରିଛି ଏବଂ ଏଥିମଧ୍ୟରୁ ଏହି ସମସ୍ୟାର ସମାଧାନ ଦିଗରେ ନବୀନତମ ପ୍ରୟାସ ହାତକୁ ନେବା ସକାଶେ ଉଦ୍ଦିଷ୍ଟ ପ୍ରକଳ୍ପଗୁଡିକ ପାଇଁ ରିଲାଏନ୍ସ ଫାଉଣ୍ଡେସନ ୮.୫ କୋଟି ଟଙ୍କା ସହାୟତା ଯୋଗାଇ ଦେଇଛି । ଲିଙ୍ଗଗତ ଡିଜିଟାଲ ତାରତମ୍ୟ ଦୂର କରିବା ଏବଂ ପ୍ରଯୁକ୍ତି ଜରିଆରେ ମହିଳାଙ୍କର ଅର୍ଥନୈତିକ ସଶକ୍ତିକରଣରେ ବୃଦ୍ଧି ଘଟାଇବା ଦିଗରେ ଏହି ପ୍ରୟାସରୁ ଓଡିଶା ସମେତ ଦେଶର ୧୭ଟି ରାଜ୍ୟରେ ୩ ଲକ୍ଷରୁ ଅଧିକ ମହିଳା ଓ କିଶୋରୀ ଉପକୃତ ହେବେ ।
ଏହି ଘୋଷଣା ସମ୍ପର୍କରେ ପ୍ରକାଶ କରି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ନିତା ଏମ ଅମ୍ବାନି କହିଛନ୍ତି, ମହିଳାମାନଙ୍କୁ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ସମର୍ଥ ଓ ସଶକ୍ତ କରାଇବା ଆମର ସୁଦୂରପ୍ରସାରୀ ଲକ୍ଷ୍ୟ ହୋଇ ରହିଆସିଛି । ଆମେ ଯେତେବେଳେ ଜିଓ ପ୍ରଚଳନ କଲୁ, ସେତେବେଳେ ଆମେ ଏକ ଡିଜିଟାଲ ବିପ୍ଳବର ପରିକଳ୍ପନା କରିଥିଲୁ ଯାହା ସମାନ ସୁବିଧା ସୁଯୋଗ ପ୍ରଦାନର ଏକ ବିପ୍ଳବ ମଧ୍ୟ ହେବ । ଜିଓ ଜରିଆରେ ଆମେ ଦେଶର କୋଣ ଅନୁକୋଣରେ ସୁଲଭ ମୂଲ୍ୟରେ ଯୋଗାଯୋଗ ଉପଲବ୍ଧ କରାଉଛୁ । ଭାରତରେ ଲିଙ୍ଗଗତ ଡିଜିଟାଲ ତାରତମ୍ୟ ଦୂର କରିବା ଦିଗରେ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟ ୟୁଏସଏଡ୍ ସହିତ ସହଭାଗିତାରେ କାର୍ଯ୍ୟ କରୁଛି । ଅସମାନତା ପ୍ରତି ଦୃଷ୍ଟିଦେଇ ତାହାର ବିଲୋପ କରିବା ଦିଗରେ ପ୍ରଯୁକ୍ତି ଏକ ଶକ୍ତିଶାଳୀ ମାଧ୍ୟମ ହୋଇଛି । ପରିବର୍ତନର ଏହି ଯାତ୍ରାରେ ଆମର ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆର ଦଶ ବିଜେତା ସଂସ୍ଥାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ସ୍ୱାଗତ କରୁଛି ।
ଅନୁଗ୍ରହୀତ ଦଶଟି ସଂସ୍ଥା ହେଉଛନ୍ତି ଅନୁଦୀପ ଫାଉଣ୍ଡେସନ, ବେୟାରଫୁଟ କଲେଜ ଇଂରନ୍ୟାସନାଲ, ସେଂଟର ଫର ୟୁଥ ଆଣ୍ଡ ସୋସିଆଲ ଡେଭଲପମେଂଟ, ଫ୍ରେଣ୍ଡ୍ସ ଅଫ ୱିମେନ୍ସ ୱାର୍ଲଡ ବ୍ୟାଙ୍କିଙ୍ଗ, ନନ୍ଦୀ ଫାଉଣ୍ଡେସନ, ପ୍ରଫେସନାଲ ଆସିଷ୍ଟାନ୍ସ ଫର ଡେଭଲପମେଂଟ ଆକ୍ସନ, ସୋସାଇଟି ଫର ଡେଭଲପମେଂଟ ଅଲଟରନେଟିଭସ, ସଲିଡାରିଦାଦ ରିଜିଓନାଲ ଏକ୍ସପର୍ଟାଇଜ ସେଂଟର, ଟିଏନଏସ ଇଣ୍ଡିଆ ଫାଉଣ୍ଡେସନ ଏବଂ ଜେଡ୍ଏମ୍କୁ୍ୟ ଡେଭଲପମେଂଟ । ସମାଧାନଗୁଡିକ ମହିଳା ଚାଷୀ, ଉଦ୍ୟୋଗୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାବୃନ୍ଦଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେଇ ଲିଙ୍ଗଗତ ଡିଜିଟାଲ ତାରତମ୍ୟ ଦୂର କରିବା ଦିଗରେ ରହିଥିବା ସାମାଜିକ ଓ ସାଂସ୍କୃତିକ ପ୍ରତିବନ୍ଧକଗୁଡିକ ଦୂର କରିବା ଦିଗରେ ପଦକ୍ଷେପ ନେବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories