ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ ବଳଙ୍ଗା ଥାନା ଏସ୍ଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରାଯାଇଛି। କାର୍ୟ୍ୟରେ ଅବହେଳା ଯୋଗ ପୁରୀ ଏସ୍ପି କନୱର ବିଶାଲ ସିଂହ ତାଙ୍କୁ ନିଲମ୍ବନ କରିଛନ୍ତି। ବଳଙ୍ଗା ଥାନା ମାଲ୍ଖାନା ଦାୟିତ୍ୱରେ ଥିଲେ ଏସ୍ଆଇ ତଅପୋଇ ନାୟକ।
ସୂଚନାଯୋଗ୍ୟ, ସୋମବାର ରାତି ସାଢେ ୧୨ ଟା ସମୟରେ ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରଣ ହୋଇଥିଲା। ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ ଉଡ଼ିଯାଇଥିଲା। ସୌଭାଗ୍ୟବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଏଥିରେ ମାଲଖାନା ଛାତ ଉଡି ଯାଇଥିବା ବେଳେ ଥାନାର କାନ୍ଥ ଫାଟି ଯାଇଥିଲା। ଏଥିସହ ଅନେକ କାଗଜପତ୍ର ଓ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ବିସ୍ଫୋରଣ ସମୟରେ ଥାନାରେ ଅନ୍ୟ କୌଣସି କର୍ମଚାରୀ ନ ଥିଲେ।



