www.samajalive.in
Monday, December 8, 2025
13.1 C
Bhubaneswar

ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ ୨୫ଜଣିଆ ଭଦ୍ରକ ଜିଲ୍ଲା ପ୍ରତିନିଧି ଦଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିକାଶ ମଡେଲକୁ ବୁଧବାର ଦିନ ପୁଣି ଏକ ପଚିଶ ଜଣିଆ ଟିମ ପରିଦର୍ଶନ କରିଛନ୍ତି। ସେଥି ମଧ୍ୟରେ ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନରେ ଭଦ୍ରକ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ଗଞ୍ଜାମ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ ଉକ୍ତ ଟିମକୁ ସ୍ବାଗତ ସମର୍ଦ୍ଧନା ଦିଆଯାଇଥିଲା। ସେଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ ଓ ଗ୍ରାମ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ରହିଥିଲେ। ପରେ କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର ନିକଟରେ ଉକ୍ତ ଟିମକୁ ମହିଳାମାନେ ସ୍ୱାଗତ ସମର୍ଦ୍ଧନା ଦେଇଥିଲେ।

ଏହାପରେ ମନ୍ଦିର ନିକଟରେ ହୋଇଥିବା କଲ୍ୟାଣମଣ୍ଡପ, ରୁରାଲ ପାର୍କ, ଆଦର୍ଶ ପୁଷ୍କରିଣୀ ପରିଦର୍ଶନକରବା ସହ କେଉଁ ସ୍କିମ ଓ କିଭଳି କରାଗଲା ତାହା ପରିଦର୍ଶନରେ ଆସିଥିବା ଅଧିକାରୀମାନେ ପଚାରି ବୁଝିଥିଲେ। ପରେ ହୁମ୍ମାର ପଞ୍ଚାୟତ କାର୍ୟ୍ୟାଳୟ ମଧ୍ୟ ଉକ୍ତ ଟିମ ପରିଦର୍ଶନ କରିଥିଲେ। ଏହି ଟିମରେ ୭ ଜଣ ବିଡ଼ିଓ, ଅଠର ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଜେଇ ପ୍ରମୁଖ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ବେଳେ ବଟେଶ୍ୱର ପୀଠରେ ପାଳିବନ୍ଧ ସରପଞ୍ଚ ଦିଲିପ ଛୋଟରାୟ, ବଟେଶ୍ୱର ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର ତରାଇ, ସମ୍ପାଦକ ରଂଜିତ ପଲାଇ, ଶିବ ପ୍ରସାଦ ସ୍ୱାଇଁ, ନିରାକର ଜେନା, ତ୍ରୀଲୋଚନ ପ୍ରଧାନ, କିଶୋର ପ୍ରଧାନଙ୍କ ସମେତ ଛଅଟି ଗ୍ରାମର କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ପରିଦର୍ଶନରେ ଆସିଥିବା ଟିମ୍ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଉନ୍ନୟନ କାର୍ୟ୍ୟ ଉପରେ ଆଲୋଚନା କରିଥିଲେ।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories