www.samajalive.in
Saturday, December 13, 2025
26.1 C
Bhubaneswar

ଚିକେନ ମନପସନ୍ଦ

ଆବଶ୍ୟକ ସାମଗ୍ରୀ

ଚିକେନ – ୫୦୦ ଗ୍ରାମ

- Advertisement -

ବଟର – ଆବଶ୍ୟକ ପରିମାଣରେ

କାଜୁ ଗୁଣ୍ଡ – ୫୦ ଗ୍ରାମ

କଣ୍ଣଫ୍ଲୋର – ୧୦୦ ଗ୍ରାମ

ଲଙ୍କା ଗୁଣ୍ଡ – ଅଳ୍ପ

ଅଦା ରସୁଣ ବଟା – ୪ ଚାମଚ

ସିଝା ମକା ମଞ୍ଜି – ୪ ଚାମଚ

ହଳଦୀ ଗୁଣ୍ଡ – ସାମାନ୍ୟ

ଗୋଲମରିଚ ଗୁଣ୍ଡ – ଆବଶ୍ୟକ ପରିମାଣରେ

ଲୁଣ – ସ୍ୱାଦ ଅନୁଯାୟୀ

କଟା ଧନିଆ ପତ୍ର – ଅଳ୍ପ

କଟା – ପିଆଜ ଆବଶ୍ୟକ ପରିମାଣରେ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନ ଖଣ୍ଡ ଗୁଡ଼ିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏଥିରେ ଚିକେନ ଖଣ୍ଡ ଗୁଡ଼ିକୁ ପକାଇ ୩୦ ମିନିଟ ରଖି ଦିଅନ୍ତୁ। ଏଥିରେ କଣ୍ଣଫ୍ଲୋର ମଧ୍ୟ ପକାନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ବଟର ଗରମ କରନ୍ତୁ। ବଟର ଗରମ ହେବା ପରେ ଏଥିରେ ରଖିଥିବା ଚିକେନ ଖଣ୍ଡକୁ ପକାଇ ଭଲ ଭାବେ ଭାଜନ୍ତୁ। ଏବେ ଗ୍ୟାସରେ ପୁଣି ଆଉ ଏକ କଡ଼େଇ ବସାଇ କିଛି ବଟର ପକାଇ କାଜୁ ଗୁଣ୍ଡ ପକାଇ ଗୋଳାନ୍ତୁ। ଏହାପରେ ପୁଣି ରଖିଥିବା ଚିକେନକୁ ଏଥିରେ ପକାଇ ଗୋଳାଇ ୩ ରୁ ୪ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ଧନିଆ ପତ୍ର ଓ କଟା ପିଆଜ ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ମନପସନ୍ଦ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories