www.samajalive.in
Wednesday, December 10, 2025
17.1 C
Bhubaneswar

ଉତ୍ତରାଖଣ୍ଡରେ ଅନୁପ୍ରବେଶ କରିଥିଲେ ଚୀନ ସୈନ୍ୟ, ସେତୁ ମଧ୍ୟ ଭାଙ୍ଗିଥିଲେ

ନୂଆଦିଲ୍ଲୀ: ଚୀନ ସୈନ୍ୟମାନେ ଲଦାଖରେ ଭାରତୀୟ ସୀମାକୁ ଅନୁପ୍ରବେଶ କରିବାର ପ୍ରାୟ ଏକ ବର୍ଷ ହେଲାଣି। ଲଦାଖରୁ ନେଇ ଅରୁଣାଞ୍ଚଳ ପର୍ଯ୍ୟନ୍ତ ସୀମାନ୍ତରେ ଦୁଇ ଦେଶ ମଧ୍ୟରେ ତୀବ୍ର ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିବା ଓ ସମରସଜା ଚାଲିଥିବା ବେଳେ ଚୀନ ପୁଣି ଭାରତୀୟ ସୀମା ଲଂଘିବାର ଦୁଃସାହସ କରିଛି ବୋଲି ଏକ ସମ୍ବାଦ ସରବରାହ ସଂସ୍ଥାର ରିପୋର୍ଟରେ ଦାବି କରାଯାଇଛି। ଉତ୍ତରାଖଣ୍ଡରେ ଅନୁପ୍ରବେଶ କରି ଚୀନ୍‌ ନିଜ ଘୃଣ୍ୟ କାର୍ଯ୍ୟକଳାପର ନିଦର୍ଶନ ଦେଇଛି।

ଏହି ରିପୋର୍ଟ ମୁତାବକ, ୧୦୦ରୁ ଊର୍ଦ୍ଧ୍ବ ଚୀନ ସୈନ୍ୟ ସୀମା ଲଂଘି ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିଲେ। ସେମାନେ ଉତ୍ତରାଖଣ୍ଡର ବାରାହୋତୀ ଅଞ୍ଚଳରେ ପ୍ରବେଶ କରି କିଛି ନିର୍ମାଣକୁ ମଧ୍ୟ କ୍ଷତି ପହଞ୍ଚାଇ ନିଜ ସୀମାକୁ ଫେରି ଯାଇଥିଲେ।

- Advertisement -

ରିପୋର୍ଟ ଅନୁସାରେ, ୩୦ ଅଗଷ୍ଟରେ ଘଟିଥିଲା ଏହି ଘଟଣା। ଚୀନ ସୈନିକମାନେ ଭାରତ ସୀମାରେ ୫ କିଲୋମିଟର ଭିତରକୁ ପ୍ରବେଶ କରିଥିଲେ ଏବଂ ସେମାନଙ୍କ ପାଖରେ ୫୦ରୁ ଅଧିକ ଘୋଡ଼ା ମଧ୍ୟ ଥିଲା। ଅନୁପ୍ରବେଶର କିଛି ଘଣ୍ଟା ପରେ ଉକ୍ତ ଅଞ୍ଚଳରୁ ସେମାନେ ଫେରିଯାଇଥିଲେ। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ତୁନ୍‌ ଜୁନ୍‌ ଲା ପାସ୍‌ ଅତିକ୍ରମ କରି ୧୦୦ ଚୀନ ସୈନ୍ୟ ଭାରତୀୟ ସୀମାରେ ୫ କିମିରୁ ଅଧିକ ଭିତରକୁ ପଶିଥିଲେ। ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ସୈନ୍ୟମାନେ ଯିବା ପୂର୍ବରୁ ଉକ୍ତ ଅଞ୍ଚଳରେ ଥିବା ଏକ ପୋଲ ଉପରେ ଆକ୍ରମଣ କରି ତାକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ଏହି ରିପୋର୍ଟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ୍‌ କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବହୁବାର ଏହି ଅଞ୍ଚଳରେ ଚୀନ ସୈନ୍ୟଙ୍କ ଅନୁପ୍ରବେଶ ନେଇ ଖବର ସାମ୍ନାକୁ ଆସିଛି।

 

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories