www.samajalive.in
Saturday, December 13, 2025
26.1 C
Bhubaneswar

ଅଙ୍ଗନୱାଡି କେନ୍ଦ୍ରରେ ପୁଷ୍ଟିକର ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ: ସାମ୍ପ୍ରତିକ ସ୍ଥିତିରେ ଅଧିକାଂଶ ପିଲାମାନେ ଅପପୁଷ୍ଟି ରୋଗର ଶିକାର ହେଉଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି।ତେଣୁ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାର ପ୍ରାଥମିକତାକୁ ଭିତ୍ତି କରି ପିଲାମାନଙ୍କୁ ସେହିଭଳି ଉପାଦାନ ଥିବା ଖାଦ୍ୟର ପରିଚୟ କରାଇବା ସରକାରଙ୍କ ଲକ୍ଷ୍ୟ ରହିଛି। ସାଧାରଣତଃ ଶିଶୁଟି ୩ ବର୍ଷର ହେଲେ ସେ ଅଙ୍ଗନୱାଡି କେନ୍ଦ୍ରକୁ ଆସିଥାଏ। ତେଣୁ ସେହିଠାରୁ ତାର ସ୍ବାସ୍ଥ୍ୟର ଯତ୍ନ ନିଆଗଲେ ସେ ଭବିଷ୍ୟତରେ ଆଉ ଅପପୁଷ୍ଟି ରୋଗର ଶିକାର ହେବ ନାହିଁ।ତେଣୁ ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଅତାବିରା ନିର୍ବାଚନ ମଣ୍ଡଳୀର ଭେଡେନ ବ୍ଲକ ଅଧୀନରେ ଥିବା ଖୁଣ୍ଟୁଲି ପାଲି, ବାଲି କୁଲୁଣ୍ଡା, ଦେଶ ଭଟଲି, ଦେଶପଥର୍ଲା, ଡାଲବ, ଉଦେପୂର, ବିଶିପାଲି, କାଣ୍ଡପାଲି ଆଦି ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଚଳିତ ସେପ୍ଟେମ୍ବର ମାସରେ ପୁଷ୍ଟିକର ଦିବସ ପାଳିତ ହୋଇଯାଇଛି।

କେନ୍ଦ୍ରଗୁଡିକରେ ବିଭିନ୍ନ ପ୍ରକାରର ପୁଷ୍ଟିସାର ଯୁକ୍ତ ଖାଦ୍ୟ ପ୍ରସ୍ତୁତ କରି ତାକୁ ପିଲା ଓ ସେମାନଙ୍କ ଅଭିଭାବକ ଅଭିଭାବିକାମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ସହିତ ସେଗୁଡିକ ପ୍ରତିଦିନ ଖାଦ୍ୟରେ ଗ୍ରହଣ କରିବା ପାଇଁ ପିଲାଙ୍କୁ ସରଳ ଭାବରେ ବୁଝାଉଛନ୍ତି।ଏହି କେନ୍ଦ୍ରଗୁଡିକର କର୍ମୀ ପ୍ରମୋଦିନି ପଣ୍ଡା, ଯଜ୍ଞସିନି ନାଏକ, ଆଯ୍ୟୋଧ୍ୟା ମଟାରି, ଯ୍ୟୋସ୍ନାମୟୀ ଛୁରିଆ, ରୀନା ଦନ୍ତା, ନିଳୀମା ମିଶ୍ର, ଯଶୋବନ୍ତୀ ସାହୁ ଓ ରଞ୍ଜୁଲତା ତାଣ୍ଡି ପ୍ରମୁଖ ନିଜ ନିଜ କେନ୍ଦ୍ରରେ ଏହି ପୁଷ୍ଟିକର ଦିବସ ପାଳନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories