www.samajalive.in
Sunday, December 14, 2025
14.1 C
Bhubaneswar

ଗାନ୍ଧୀ ଜୟନ୍ତୀରେ ଲୋକାର୍ପଣ ହେବ ହରଭଙ୍ଗା ୫ଟି ସ୍କୁଲ

ହରଭଙ୍ଗା: ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମରେ ସାମିଲ ହୋଇଛି ବୌଦ୍ଧ ଜିଲାର ୫୬ବର୍ଷ ପୂରାତନ ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ। ୫ଟିରେ ସାମିଲ ପରେ  ଏକ ମଡେଲସ୍କୁଲ  ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏହାର ଭିତିଭୂମି ଆର୍କୀଟେକ୍ ନକ୍ସା ଅନୁସାରେ ନିର୍ମାଣ ଚାଲିଛି। ବେସରକାରୀ ସ୍କୁଲ ଭଳି ଏହି ସ୍କୁଲରେ ପିଲାଙ୍କ ପାଠପଢିବା ପାଇଁ ୪ଗୋଟି ସ୍ମାର୍ଟ କ୍ଲାସରୁମ୍, ଇ-ପାଠାଗାର. ବିଜ୍ଞାନ ଲାବ୍ରୋଟାରୀ, ଖେଳପଡିଆ, ହଷ୍ଟେଲ, ଯୋଗ କେନ୍ଦ୍ର, ଭୋଜନାଳୟ, ସାଇକେଲ ଷ୍ଟାଣ୍ଡ, ଫୁଲ ବଗିଚା, ଶୌଚାଳୟ ଭଳି ସବୁପ୍ରକାର ଆନୁସଙ୍ଗିକ ନିର୍ମାଣକାର୍ଯ୍ୟ  ଯୁଦ୍ଧକାଳୀନ ଭିତିରେ ଚାଲୁରହିଛି। ଆସନ୍ତାକାଲି ହରଭଙ୍ଗା ୫ଟି ସ୍କୁଲର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଭୁନେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟିମ୍ ପରିଦର୍ଶନରେ ଆସିବ ବୋଲି ଜଣାପଡିଛି। ଆସନ୍ତା ଅକ୍ଟୋବର ୨ ତଥା ଗାନ୍ଧିଜୟନ୍ତୀ ଅବସରରେ ଏହାର ଲୋକାର୍ପଣ ଏବଂ ଶୁଭ ଉଦଘାଟନ କରାଯିବ ବୋଲି ସୂଚନା ମିଳିଛି।

 

- Advertisement -

ଏହାକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ସବୁସ୍ତରରେ ନିର୍ମାଣ  କାର୍ଯ୍ୟକୁ  ତ୍ୱାରାନ୍ୱିତ କରାଯାଇଥିବା ଦେଖିବାକୁ ମିଳିଛି। ସମସ୍ତ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଥିବା ବେଳେ ସ୍କୁଲର ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ମଧ୍ୟ ଲୋକଙ୍କ ଭିଡ ଜମୁଛି। ଗ୍ରାମାଚଂଳ ଛାତ୍ର ଛାତ୍ରୀଙ୍କ ଗୁଣାତ୍ମକ ଶୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ୫ଟି ସ୍କୁଲ କାର୍ଯ୍ୟକ୍ରମ ବାସ୍ତବରେ ଶିକ୍ଷାନୁଷ୍ଠାନର ପୂରାତନ ଏବଂ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଦିଗଦର୍ଶନ ଦେବ ବୋଲି ଶିକ୍ଷାପ୍ରେମୀ ମହଲରେ ମତପ୍ରକାଶ ପାଉଛି। ସୂଚନା ଥାଉ କି ୫୬ବର୍ଷ ତଳେ ସ୍କୁଲର ଆବଶ୍ୟକତା କଥା ଏବଂ ଶିକ୍ଷାର ଗୁରତ୍ୱକୁ ବୁଝିପାରିଥିବା ମହାପୁରୁଷ ସ୍ୱର୍ଗତ ଚୈତନ୍ୟ ଦନାୟକ, ରବି ମହାକୁଡ, ଦୋଳଗୋବିନ୍ଦ ଗାଈଗୌରୀଆ, ଭଳି ମହାପୁରୁଷଙ୍କ ଅବଦାନ ଯୋଗୁଁ   ୧୯୬୫ ମସିହାରେ ହରଭଙ୍ଗାରେ ଏକ ହାଇସ୍କୁଲର ପ୍ରତିଷ୍ଠା ହୋଇପାରିଥିଲା। ଏଭଳି ଏକ ଶିକ୍ଷାନୁଷ୍ଠାନ ଯୋଗୁଁ ଏଠାରେ  ପାଠପଢି, ପିଲା ଡାକ୍ତର, ଇଂଜିନିୟର, ପ୍ରଶାସନିକ ଅଧିକାରୀ ଭଳି ବିିଭିନ୍ନ  ସରକାରୀ ବଡ ବଡ ପଦପଦବୀରେ ନିଯୁକ୍ତି ପାଇବା  ଶିକ୍ଷାନୁଷ୍ଠାନ ଏବଂ ଅଂଚଳ ପାଇଁ ଆଉ ଏକ ଗୌରବର ବିଷୟ। ଉକ୍ତ ବିଦ୍ୟାଳୟଟି ୫ଟିରେ ସାମିଲ ହୋଇ ବେସରକାରୀ ଶିକ୍ଷାନୁଷ୍ଠାନ ଭଳି ନବକଳେବର ହେବା ବାସ୍ତବିକ ଏକ ଗୌରବ ଏବଂ ଅବିଶ୍ୱସନୀୟ ବିଷୟ ବୋଲି ସବୁମହଲରେ ମତପ୍ରକାଶ ପାଉଛି।ସରକାରଙ୍କ ଏଭଳି ମହତ୍ କାର୍ଯ୍ୟକ୍ରମକୁ ସାଧାରଣରେ ବେଶ ପ୍ରଂଶସା ମିଳୁଛି।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories