www.samajalive.in
Saturday, December 13, 2025
26.1 C
Bhubaneswar

କାର ଅଟକାଇ ମହାନଦୀକୁ ଡେଇଁ ପଡ଼ିଲେ ପରୀକ୍ଷାଗାର ସହଯୋଗୀ, କାରଣ ଅସ୍ପଷ୍ଟ

କଟକ ମହାନଦୀ ପୋଲ ଉପରୁ ଚାଉଳିଆଗଞ୍ଜ ଅଂଚଳର ଦେବାଶିଷ ଦାସ ଆଜି ଡେଇଁ ପଡିଥିବା ସୂଚନା ମିଳିଛି। ସେ ଏକ କାରରେ ଭୁବନେଶ୍ୱରରୁ କଟକ ଟାଙ୍ଗୀ ଯାଉଥିବା ଡ୍ରାଇଭରକୁ ମହାନଦୀ ପୋଲ ଉପରେ ଗାଡି ଅଟକାଇବାକୁ କହିଥିଲେ। ଡ୍ରାଇଭର ଗାଡି ଅଟକାଇବା ପରେ ଦେବାଶିଷ ପୋଲର ବାଢ଼ା ଅତିକ୍ରମ କରି ନଦୀ ଭିତରକୁ ଡେଇଁ ପଡ଼ିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଦେବାଶିଷ ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ କେମେଷ୍ଟ୍ରି ବିଭାଗରେ ଲାବୋରେଟୋରୀ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି ଓ ତାଙ୍କ ଘର କଟକ ଚାଉଳିଆଗଞ୍ଜରେ।

ଏବେ ଘଟଣାସ୍ଥଳରେ ଚାଉଳିଆଗଞ୍ଚ ପୁଲିସ ପହଞ୍ଚିଛି ଓ ଅଗ୍ନିଶମ ଏବଂ ଓଡ୍ରାଫ କର୍ମଚାରୀମାନେ ଆସୁଛନ୍ତି। ସେମାନେ ପହଂଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ। ତେବେ ସେ କାହିଁକି ଏଭଳି ପଦକ୍ଷେପ ନେଲେ ତାହା ଜଣାପଡିନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories