www.samajalive.in
Saturday, December 13, 2025
21.1 C
Bhubaneswar

ମୁମ୍ବଇ ବାଇକୁଲା କାରଗାରରେ ୩୯ କରୋନା ସଂକ୍ରମିତ; ମାଉ ଆର୍ମି କଲେଜରେ ୩୭ ଚିହ୍ନଟ

ମୁମ୍ବଇ: ମୁମ୍ବଇର ବାଇକୁଲା ମହିଳା କାରାଗାରରେ ୩୯ ଜଣ ବନ୍ଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଥିବା ବ୍ରିହନମୁମ୍ବଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ କୁହାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ସଂଗରୋଧ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଇତିମଧ୍ୟରେ କାରାଗାରରେ ମୋଟ ୧୨୦ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ମାଉସ୍ଥିତ ଆର୍ମି ୱାର କଲେଜରେ ୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ଲକ୍ଷଣବିହୀନ ବୋଲି ଜଣାଯାଇଛି। ମାଉ ମିଲିଟାରୀ ଷ୍ଟେସନର ପ୍ରଶାସନିକ କମାଣ୍ଡାଣ୍ଟ କଲୋନେଲ ଏକ କେ ମହାନ୍ତି କହିଛନ୍ତି ଯେ ସଂକ୍ରମଣ ଚିହ୍ନଟ ହେବାପରେ ପରିସରରେ ତାଲାବନ୍ଦ ଘୋଷଣା କରାଯାଇଛି। ଏଥିସହିତ ଅନ୍ୟମାନଙ୍କର ନମୁନା ପରୀକ୍ଷା କରାଯାଉଛି। ଉକ୍ତ କଲେଜରେ ସଂପ୍ରତି ୧୧୫ ଜଣ ସେନା ଅଫିସର ତାଲିମ ନେଉଛନ୍ତି। ସେମାନେ ସମସ୍ତେ କୋଭିଡ ଟିକା ନେଇସାରିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories