ଦୁଇ କୃତୀ ଛାତ୍ରୀ ସମ୍ବର୍ଦ୍ଧିତ

ଚିକିଟି: ଶିକ୍ଷା ବର୍ଷ ୨୦୨୦-୨୧ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସ୍ନାତକ ସମ୍ମାନ ଶ୍ରେଣୀରେ ପ୍ରଥମ ଓ ଅଷ୍ଟମ ସ୍ଥାନ ଅଧିକାର କରିଥିବା ଚିକିଟୀ ମହା ବିଦ୍ୟାଳୟର ଦୁଇ କୃତୀ ଛାତ୍ରୀ ସୁଶ୍ରୀ ଗୀତାରାଣୀ ବିଷୋୟୀ ଏବଂ ସୁଶ୍ରୀ ସାଗରୀକା ପାଢ଼ୀଙ୍କୁ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ତରଫରୁ ଅନୁଷ୍ଠିତ ହୋଇଥିବା ସ୍ୱାଗତ ଏବଂ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି।

prayash

ସଭାରେ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଅଲେଖ ଚନ୍ଦ୍ର ପ୍ରଧାନ, ମହାବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ଡ଼.ରାଜେଶ କୁମାର ପାତ୍ର, ଆଇଆରପିଏମ ବିଭାଗ ମୁଖ୍ୟ ସନାତନ ଗୌଡ଼, ଓଡ଼ିଆ ବିଭାଗ ମୁଖ୍ୟ ଡ଼. ସଞ୍ଜୟ କୁମାର ପଣ୍ଡା ଏବଂ ଓଡ଼ିଆ ଅଧ୍ୟାପକ ପ୍ରକାଶ ବେହେରା ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ଦୁଇ କୃତୀ ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ପଥ ଅନୁସରଣ କରି ମହାବିଦ୍ୟାଳୟ ଏବଂ ଅଂଚଳର ଗୌରବ ବଢାଇବା ନିମନ୍ତେ ଉପଦେଶ ପ୍ରଦାନ କରିଥିଲେ। ଦୁଇ କୃତୀ ଛାତ୍ରୀ ନିଜ ସଫଳତାର ଶ୍ରେୟ ପରିବାର ସହ ନିଜ ବିଭାଗର ସମସ୍ତ ଗୁରୁଜନମାନଙ୍କୁ ପ୍ରଦାନ କରିଥିଲେ। ଶେଷରେ ଓଡ଼ିଆ ଅଧ୍ୟାପକ ପ୍ରକାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.