www.samajalive.in
Sunday, December 14, 2025
26.1 C
Bhubaneswar

ରୋହିଣୀ କୋର୍ଟ ଗୁଳିକାଣ୍ଡ, ବଦଳିଲେ ୧୧ ଆଇପିଏସ୍‌ଙ୍କ ଓ ୨୯ ପୁଲିସ ଅଧିକାରୀ

ନୂଆଦିଲ୍ଲୀ: ରାଜଧାନୀର ରୋହିଣୀସ୍ଥିତ ଅଦାଲତରେ ବିପକ୍ଷ ଗୋଷ୍ଠୀର ଗୁଳିରେ ଜଣେ କୁଖ୍ୟାତ ଅପରାଧୀର ମୃତ୍ୟୁର ଦିନକ ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଛି। ଏଥିସହିତ ପୁଲିସ ଆୟୁକ୍ତ ରାକେଶ ଆସ୍ଥାନା ଶନିବାର ଏକାବେଳକରେ ୧୧ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବଦଳି କରିଛନ୍ତି। ଏମାନଙ୍କ ବ୍ୟତୀତ ୨୯ ପୁଲିସ ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଛି। ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ ଦାୟିତ୍ବରେ ପୂର୍ବରୁ ତିନି ଅଧିକାରୀ ବା ସ୍ବତନ୍ତ୍ର ଆୟୁକ୍ତ ରହୁଥିବାବେଳେ ଏଣିକି ଏହି ସଂଖ୍ୟା ଦୁଇକୁ ହ୍ରାସ କରାଯାଇଛି। ଆସ୍ଥାନାଙ୍କ ଏହି ପଦକ୍ଷେପକୁ ଉପରାଜ୍ୟପାଳ ଅନିଲ ବୈଜଲ ଅନୁମୋଦନ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories