www.samajalive.in
Sunday, December 14, 2025
26.1 C
Bhubaneswar

ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ମହମବତୀ ଶୋଭାଯାତ୍ରା

ବାଙ୍କୀ: ଶୁକ୍ରବାର ଦିନ ମହାନଦୀରେ ଫସିଥିବା ଗୋଟିଏ ହାତୀକୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଓଡ୍ରାଫ ଦଳ ସହିତ ଓଟିଭିର ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସ ଖବର ପ୍ରସାରଣ ପାଇଁ ଯାଇଥିଲେ। ସେଠାରେ ଜୀବନ ସହିତ ସଂଗ୍ରାମ କରି ଶେଷରେ ଅରିନ୍ଦମ ମହାନଦୀର ଜଳରେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ବରିଷ୍ଠ ସାମ୍ବାଦିକଙ୍କର ଅକାଳ ବିୟୋଗ ଖବର ପ୍ରସାରଣ ପରେ ରାଜ୍ୟରେ ସବୁ ସ୍ତରରେ ଦୁଃଖର ଛାୟା ଖେଳି ଯାଇଛି। ଏହି ଅବସରରେ ତାଙ୍କ ଆତ୍ମାର ସଦ୍‍ଗତି କାମନା ପାଇଁ ଶନିବାର ଦିନ ସନ୍ଧ୍ୟାରେ ବାଙ୍କୀ ପ୍ରେସ୍‍ କ୍ଲବ (ବିଦ୍ୟାରତ୍ନ ଭବନ) ପକ୍ଷରୁ ଏକ ଶୋକ ସଭା ପ୍ରେସ୍‍ କ୍ଲବ ପରିସରରେ ସଭାପତି ବଳଭଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଉପସ୍ଥିତ ସାମ୍ବାଦିକ ମାନେ ସ୍ମୃତିଚାରଣ କରିବା ସହିତ ଅରିନ୍ଦମଙ୍କ ନିଷ୍ଠାପର ସମ୍ବାଦ ପରିବେଷଣ, ସାହାସିକତା ଓ ସବୁ ବନ୍ୟା ବାତ୍ୟା, ବିପର୍ଯ୍ୟୟ ଓ ଅପହଁଚ ଇଲାକାର ଖବର ପ୍ରସାରଣରେ ସେ ସାହାସୀ ସାମ୍ବାଦିକ ଥିଲେ ବୋଲି ଆଲୋକପାତ କରାଯାଇଛି। ପରେ ପରେ ପ୍ରେସ୍‍ କ୍ଲବ ପରିସରରୁ ଓଟିଭି ବାଙ୍କୀ ପ୍ରତିନିଧି ସଂଜୀବ କୁମାର ନାୟକଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ବାଙ୍କୀ ସହର ପରିକ୍ରମା କରି ମା ଚର୍ଚ୍ଚିକାଙ୍କ ପାଦ ଦେଶରେ ପହଁଚି ତାଙ୍କ ଆତ୍ମାର ସଦ୍‍ଗତି ପାଇଁ ଦୀପ ଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରେସ୍‍ କ୍ଲବର ସମ୍ପାଦକ ସୁବାଷ ଚନ୍ଦ୍ର ପାଢୀ, ସଭାପତି ବଳଭଦ୍ର ପଣ୍ଡା, ସହ-ସମ୍ପାଦକ ବିଭୂପ୍ରସାଦ ସାମଲ, ଗୈାରାଙ୍ଗ ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, କ୍ଷେତ୍ରବାସୀ ଦାସ, ଗୈାତମ ମିଶ୍ର, ଆଶିଷ ମହାପାତ୍ର, ତାପସ କୁମାର ଜେନା, ସରୋଜ କୁମାର ସାହୁ, କାହ୍ନୁ ଚରଣ ବେହେରା ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories