www.samajalive.in
Thursday, December 11, 2025
15.1 C
Bhubaneswar

ମୁମ୍ବଇ ବିପକ୍ଷରେ କେକେଆର୍‌ର ବିପୁଳ ବିଜୟ

ଆବୁଧାବି : ଚଳିତ ଆଇପିଏଲ୍‌ରେ ଗୁରୁବାର ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ବିଧ୍ବଂସୀ ବ୍ୟାଟିଂକରି କେକେଆର୍ ୫ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସକୁ ୭ ୱିକେଟରେ ପରାସ୍ତ କରିଛି। ଦୁଇ ଓପ୍‌ନର ରୋହିତ ଶର୍ମା ଓ କ୍ବିଣ୍ଟନ ଡି କକ୍‌ଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍‌ସ ୬ ୱିକେଟରେ ୧୫୫ ରନ୍ କରିିଥିଲା। ପରେ ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ୧୫.୧ ଓଭରରେ ୩ ୱିକେଟ ହରାଇ କେକେଆର୍‌ ଜିତିଥିଲା। କେକେଆର୍ ୯ମ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ୯ମ ମ୍ୟାଚ୍‌ରେ ୫ମ ପରାଜୟ ପରେ ମୁମ୍ବଇ ୬ଷ୍ଠ ସ୍ଥାନକୁ ଖସିଆସିଛି ।
୧୫୬ ରନ୍ ଲକ୍ଷ୍ୟରେ କଲକାତା ନାଇଟ୍‌ ରାଇଡର୍ସ ୩ ଓଭରରେ ୪୦ ରନ୍ କରିଥିବା ବେଳେ ପ୍ରଥମ ୱିକେଟ ହରାଇଥିଲା। ଶୁବ୍‌ମାନ ଗିଲ୍‌ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୩ ରନ୍‌କରି ଆଉଟ ହୋଇଥିଲେ। ଅନ୍ୟ ଓପ୍‌ନର ଭେଙ୍କଟେଶ ଆୟର କ୍ରମାଗତ ୨ୟ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ରାହୁଲ ତ୍ରିପାଠୀ ମଧ୍ୟ ବିଧ୍ବଂସୀ ବ୍ୟାଟିଂକରି ରନ୍‌ଭୋଜିରେ ସାମିଲ ହୋଇଥିଲେ। ୧୦ମ ଓଭରରେ କେକେଆର୍ ଶହେ ରନ୍ ପାର କରିଥିଲା। ୨୫ ବଲ୍‌ରେ ବାମହାତି ଭେଙ୍କଟେଶ ଅର୍ଦ୍ଧଶତକ ପୂରଣ କରିଥିଲେ। ୨୯ ବଲ୍‌ରେ ତ୍ରିପାଠୀ ଅର୍ଦ୍ଧଶତକ ପୂରଣ କରିଥିଲେ। ୨ୟ ୱିକେଟ ପାଇଁ ୫୨ ବଲ୍‌ରେ ୮୮ ରନ୍‌ର ଭାଗିଦାରୀ ପରେ ଭେଙ୍କଟେଶ ବିଦାୟ ନେଇଥିଲେ। ମଧ୍ୟପ୍ରଦେଶର ଏହି ବ୍ୟାଟ୍‌ସମ୍ୟାନ୍ ୩୦ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୫୩ ରନ୍‌ କରିଥିଲେ। ଇଓନ୍ ମୋର୍ଗାନ୍ ୭ ରନ୍ କରିଥିଲେ। ରାହୁଲ ତ୍ରିପାଠୀ ୪୨ ବଲ୍‌ରୁ ୩ଟି ଛକା ଓ ୮ଟି ଚୌକା ସହ ୭୪ ରନ୍‌କରି ଅପରାଜିତ ଥିଲେ। ନୀତୀଶ ରାଣା ୫ ରନ୍‌କରି ଅପରାଜିତ ଥିଲେ। ଯଶପ୍ରୀତ ବୁମ୍‌ରା ୩ଟିଯାକ ୱିକେଟ ନେଇଥିଲେ। ସୁନୀଲ ନାରାୟଣ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି କଲକାତା ନାଇଟ୍‌ ରାଇଡର୍ସ ବ୍ୟାଟିଂ ନେଇଥିଲା। ମୁମ୍ବଇ ଇଣ୍ଡିଆନ୍‌ସର ଓପ୍‌ନର ଭଲ ପ୍ରଦର୍ଶନ କରିଥିବା ବେଳେ ମଧ୍ୟକ୍ରମ ଦଳକୁ ନିରାଶ କରିଥିଲା। ଦୁଇ ଓପ୍‌ନର ଅଧିନାୟକ ରୋହିତ ଶର୍ମା ଓ କ୍ବିଣ୍ଟନ ଡି କକ୍ ୧୦ମ ଓଭରରେ ୭୮ ରନ୍‌ ଯୋଗ କରିଥିଲେ। ରୋହିତ ୩୦ ବଲ୍‌ରୁ ୪ଟି ଚୌକା ସହ ୩୩ ରନ୍‌କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୫ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକାର ବାମହାତି ଓପ୍‌ନର କ୍ବିଣ୍ଟନ ଡି କକ୍ ଚମତ୍କାର ଇନିଂସ ଖେଳି ୪୨ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୫୫ ରନ୍‌ କରିଥିଲେ। ଈଶାନ୍ କିଷନ୍ ଗୋଟିଏ ଛକା ସହ ୧୪ ରନ୍ କରି ପାରିଥିଲେ। କୈରନ୍ ପୋଲାର୍ଡ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ପ୍ରୟାସ ଯୋଗୁଁ ମୁମ୍ବଇ ଦେଢ଼ ଶହ ରନ୍ ପାର କରି ପାରିଥିଲା। ଦୁହେଁ ଦ୍ରୁତ ୩୦ ରନ୍ ଯୋଡ଼ିଥିଲେ। ବାମହାତି କ୍ରୁନାଲ ୧୨ ରନ୍ କରିଥିଲେ। ପୋଲାର୍ଡ ୧୫ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍ କରିଥିଲେ। ଶେଷ ୩ ଓଭରରୁ ମୁମ୍ବଇ ୩୪ ରନ୍ ନେଇଥିଲା। ଦୁଇ ପେସ୍ ବୋଲର ଲୋକି ଫର୍ଗୁସନ୍ ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories