www.samajalive.in
Thursday, December 11, 2025
15.1 C
Bhubaneswar

ସ୍ୱୟଂଶାସନର ସଂଜ୍ଞା ଖୋଜୁଛି ଭିମସାର

ସମ୍ବଲପୁର :  ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର) ରାଜ୍ୟର ଏକମାତ୍ର ସ୍ୱୟଂଶାସିତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ହେବାର ଗୌରବ ହାସଲ କରିଛି। ସ୍ୱୟଂଶାସନ ବ୍ୟବସ୍ଥାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଅନେକ ସମୟରେ ପରିଚାଳନାଗତ ସମସ୍ୟା ସୃଷ୍ଟି କରିଛି।
ବୁର୍ଲା ଡାକ୍ତରଖାନା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ଓ ସଂଘର୍ଷ ଯୋଗୁ ୨୦୧୪ ଜାନୁଆରୀ ପହିଲାରେ ସ୍ୱୟଂଶାସିତ ଏକକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନର ମାନ୍ୟତା ପାଇ ଥିଲା। ପ୍ରଶାସନିକ ଓ ଆର୍ଥିକ କ୍ଷମତା ଅଭାବରୁ ଭିମସାରକୁ ସୁରୁଖୁରୁରେ ଚଳାଇବା ଅନେକ ସମୟରେ କଷ୍ଟକର ହୋଇପଡ଼ୁିଛି। ଏଥିପାଇଁ ଭିମସାର ସ୍ୱୟଂଶାସନ ଆଇନ(ଆକ୍ଟ ଓ ଷ୍ଟାଚ୍ୟୁଟ)କୁ ଦାୟୀ କରାଯାଉଛି। କର୍ତ୍ତୃପକ୍ଷ ଅନୁଷ୍ଠାନକୁ ସୁରୁଖୁରୁରେ ଚଳାଇବା ପାଇଁ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ନାହିଁ ବୋଲି ଅଭିଯୋଗ ହୁଏ। ୨୦୨୦ ମାର୍ଚ୍ଚରେ ତତ୍କାଳୀନ ମୁଖ୍ୟ ସଚିବ ଅସୀତ କୁମାର ତ୍ରିପାଠୀଙ୍କ ବୁର୍ଲା ଗସ୍ତ ବେଳେ ଭିମସାର କର୍ତ୍ତୃପକ୍ଷ ଏହି ସମସ୍ୟା ଉପସ୍ଥାପନ କରି ସ୍ୱୟଂଶାସନ ଆଇନରେ ସଂଶୋଧନ ଦାବି କରିଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ଭିମସାର କାର୍ଯ୍ୟନିର୍ବାହୀ ପରିଷଦ ଓ ଡାକ୍ତରମାନେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଭିମସାର ପାଇଁ ପର୍ଯ୍ୟାପ୍ତ ପ୍ରଶାସନିକ ଓ ଆର୍ଥିକ କ୍ଷମତା ଦାବି କରିଥିଲେ।
ଡାକ୍ତର ଅଶ୍ୱିନୀ ପୂଜାହାରୀ ନିର୍ଦେଶକ ପଦରୁ ଇସ୍ତଫା ଦେବାର ଦେଢ଼ ବର୍ଷ ପର୍ଯ୍ୟନ୍ତ ନୂଆ ନିର୍ଦେଶକ ନିଯୁକ୍ତି ଦିଆଯାଇନଥିଲା। ଦେଢ଼ ବର୍ଷର ପ୍ରଶାସନିକ ଶୂନ୍ୟତା ପରେ ନୂଆ ନିର୍ଦେଶକ ନିଯୁକ୍ତି ଦିଆଗଲା। ଭିମସାର କାର୍ଯ୍ୟନିର୍ବାହୀ ପରିଷଦ ତା’ର ପ୍ରଥମ ବୈଠକରେ କର୍ମଚାରୀ ଅଭାବ ପୂରଣ ପାଇଁ ପାରା ମେଡିକାଲ ଓ ବୈଷୟିକ କର୍ମଚାରୀ ନିଯୁକ୍ତି ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲା। ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କଲେ ସିନା ସେଥିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କଲେନାହିଁ। ଏଠାରେ ୧୦ଟି ସୁପରସ୍ପେଶାଲିଟି ବିଭାଗ ଖୋଲିବାକୁ ୨୦୧୭ ମସିହାରେ ଦିଆଯାଇଥିବା ପ୍ରସ୍ତାବକୁ ୩ ଥର ଫେରାଇ ଦିଆ ଯାଇଥିଲା। ୪ ବର୍ଷ ପରେ ଏବେ ସେଥିରୁ ମାତ୍ର ୫ଟି ସୁପରସ୍ପେଶାଲିଟି ବିଭାଗ ଖୋଲିବାକୁ ଅନୁମତି ମିଳିଛି। ଅନୁଷ୍ଠାନର ସବୁ ଅଭାବ ଅସୁବିଧା ପୂରଣ କରି ଏହାକୁ ନୂଆ କରି ଗଢ଼ିବା ପାଇଁ କାର୍ଯ୍ୟନିର୍ବାହୀ ପରିଷଦ ଦେଇଥିବା ୭୪୦ କୋଟିର ପ୍ରସ୍ତାବକୁ ଉପର ମହଲରେ ଅଗ୍ରାହ୍ୟ କରିଦିଆଗଲା। ଭିମସାର ସ୍ୱୟଂଶାସନ ବ୍ୟବସ୍ଥାରେ ଏହି ଅନୁଷ୍ଠାନ ପାଇଁ କୌଣସି ନିର୍ଦିଷ୍ଟ ପାଣ୍ଠି ବ୍ୟବସ୍ଥା ନାହିଁ। ଭିମସାର ନିଜ କ୍ଷମତା ଉପଯୋଗ କରି ଡାକ୍ତର ନିଯୁକ୍ତି ଦେବ ନା ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଡାକ୍ତର ନିଯୁକ୍ତି କରିବ ତାକୁ ନେଇ କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ଅଛନ୍ତିି। ପ୍ରତି ୬ ମାସରେ ଥରେ ଭିମସାର ପରିଚାଳନା ବୋର୍ଡ ବୈଠକ ଅନୁଷ୍ଠିତ ହେବା କଥା। କିନ୍ତୁ ଏକ ବର୍ଷରୁ ଅଧିକ ସମୟ ହେଲା ବୈଠକ ଅନୁଷ୍ଠିତ ହୋଇନାହିଁ। ସ୍ୱୟଂଶାସନ ଆଇନ ଭିମସାର ମୁଖ୍ୟଙ୍କୁ ପରିଚାଳନା ବୋର୍ଡ ବୈଠକ ଡାକିବା କ୍ଷମତା ଦେଇନାହିଁ। ଏହି କ୍ଷମତା ମୁଖ୍ୟ ସଚିବଙ୍କ ଉପରେ ନ୍ୟସ୍ତ। ‘ମିଶନ ଭିମସାର’ ଆବାହକ ସପନ ମିଶ୍ର କହିଛନ୍ତି,ସରକାରଙ୍କ ଆନ୍ତରିକତା ଓ ସହଯୋଗର ଅଭାବ ପୂର୍ବ ନିର୍ଦେଶକଙ୍କ ସମୟରେ ଘଟିଥିବା ଅନେକ ଘଟଣାରୁ ସ୍ପଷ୍ଟ ହୋଇସାରିଛି। ଏହାର ପୁନରାବୃତ୍ତି ନ ହେବା ଦିଗରେ ଜନତା, ଜନନେତା, କାର୍ଯ୍ୟନିର୍ବାହୀ କମିଟି, ନିର୍ଦେଶକ ଓ ସରକାରଙ୍କ ଆନ୍ତରିକ ସହଯୋଗ ଆବଶ୍ୟକ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ସ୍ୱୟଂଶାସନ ଆଇନରେ ଭିମସାରକୁ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଛି। କିନ୍ତୁ ସ୍ଥାନୀୟ କର୍ତ୍ତୃପକ୍ଷ ତାକୁ କେତେଦୂର ଉପଯୋଗ କରିବେ ତାହା ତାଙ୍କ ଉପରେ ନିର୍ଭର କରେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories