www.samajalive.in
Thursday, December 11, 2025
18.1 C
Bhubaneswar

ଫଳକରେ ସୀମିତ ଆବାସ ଯୋଜନା

ରାୟଗଡ଼ା: ଡଙ୍ଗରିଆଙ୍କ ମାଟି କାନ୍ଥରେ ଲାଗିଛି ଆବାସ ଫଳକ। ଆବାସ ଯୋଜନାରେ ସେମାନଙ୍କୁ ବାସଗୃହ ଯୋଗାଇ ଦିଆଯିବା ପରିବର୍ତ୍ତେ ଫଳକ ଧରାଇ ଦିଆଯାଇଥିବା ଅଭିଯୋଗ ହୋଇଛି।
ରାୟଗଡ଼ା ଜିଲାର କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ା ବ୍ଲକ ସମେତ ସୀମାନ୍ତ କଳାହାଣ୍ଡି ଜିଲାରେ ନିୟମଗିରି ଅଞ୍ଚଳ ରହିଥିବାବେଳେ ପ୍ରାୟ ୧୨୧ଟି ଗ୍ରାମରେ ଏହି ବିରଳ ଜନଜାତି ବସବାସ କରୁଛନ୍ତି। ବର୍ଷବର୍ଷ ଧରି ଲୋକେ ଆବାସ ଯୋଜନା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକ ପ୍ରଶାସନର ଦ୍ବାରସ୍ଥ ହେଉଛନ୍ତି, ତଥାପି ସେମାନଙ୍କୁ ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉନି। ଉକ୍ତ ସ୍ଥାନକୁ ନିୟମିତ ଭାବେ ପ୍ରଶାସନିକ ଅଧିକାରୀ ପହଞ୍ଚୁନାହାନ୍ତି। ଆବାସ ଯୋଗାଣ ନାମରେ କଲ୍ୟାଣସିଂହପୁର ବ୍ଲକରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି। ବ୍ଲକର ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତରେ ପ୍ରାୟ ୩୪ଟି ଜନଜାତି ବସବାସ କରୁଥିବା ଗ୍ରାମ ରହିଥିବାବେଳେ ଅନେକ ପରିବାର ଆବାସ ଗୃହ ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇଛନ୍ତି K କଲ୍ୟାଣସିଂହପୁର ବ୍ଲକ ଚାଟିକୋଣା ଗ୍ରାମର କାଡ୍ରାକା ପୁଲମେ ମାଟି କାନ୍ଥ ଭିତରେ ନିଜର ସଂସାରକୁ ଚଳେଇ ଆସୁଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ଯୋଜନା ନାଁରେ ଫଳକ ମରାଯାଇଛି। ବ୍ଲକର ଚାଟିକଣା, କୁର୍ସିମୁହିଁ ଓ ତାଢମୁହିଁ ଗ୍ରାମରେ ଏକାଧିକ ହିତାଧିକାରୀଙ୍କ ଆଖିରେ ଧୂଳି ଦେଇ ସ୍ଥାନୀୟ ପ୍ରଶାସନ ଆବାସ ଯୋଗାଇ ଦେବାର ଫଳକ ମାରିଛି। କେବଳ ଏହି ତିନୋଟି ଗ୍ରାମ ନୁହେଁ; ଡଙ୍ଗରିଆ ଜନଜାତି ରହୁଥିବା ଅନେକ ଗ୍ରାମରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି।
୨୦୧୩-୧୪ ଆର୍ଥିକ ବର୍ଷରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରଣାଳୟ ଓ ଜଙ୍ଗଲ ଅଧିକାର ଆଇନ ଯୋଜନାରେ ଅନେକ ପରିବାରକୁ ବାସଗୃହ ପ୍ରଦାନ କରାଯାଇଥିଲା। ତେବେ ଉକ୍ତ ସମୟରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ହିତାଧିକାରୀଙ୍କୁ କିଛି ଟିଣ ଦିଆଯାଇଥିବାବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଆବାସ ଗୃହ ନିର୍ମାଣ ପାଇଁ ୭୦ହଜାର ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା ରହିଥିଲା ା ହିତାଧିକାରୀଙ୍କୁ ପୂର୍ଣ୍ଣ ୭୦ହଜାର ଟଙ୍କା ଦିଆ ନ ଯାଇ କିଛି ହିତାଧିକାରୀଙ୍କୁ ୧୦ହଜାର ଟଙ୍କା ତ ଆଉ କିଛି ହିତାଧିକାରୀଙ୍କୁ ୨୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଆଉ ବଳକା ଟଙ୍କାକୁ ବ୍ଲକ ପ୍ରଶାସନର କିଛି ଅଧିକାରୀ ଚଳୁ କରିଦେଲେ ବୋଲି ଉକ୍ତ ଅଞ୍ଚଳର କାଡ୍ରାକା ଡ୍ରିକା ଓ କାଡ୍ରାକା ବୁଦ୍ରୀ ଅଭିଯୋଗ କରିଛନ୍ତି। କେବଳ ଏହି ବ୍ଲକରେ ନୁହେଁ; ବିଷମକଟକ ଓ ମୁନିଗୁଡା ବ୍ଲକ ଅଧୀନରେ ଥିବା ଅନେକ ଡଙ୍ଗରିଆ ଗ୍ରାମରେ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନି। ଯେଉଁମାନଙ୍କୁ ଆବାସ ଗୃହ ପ୍ରଦାନ କରାଯାଉଛି ସେମାନେ ସମ୍ପୂର୍ଣ୍ଣ ଅର୍ଥ ପାଉ ନ ଥିବା ଜଣାପଡ଼ିଛି। ଏପରି ବ୍ୟତିକ୍ରମ ନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ମହେଶ୍ବର ନାଏକଙ୍କ ସହ ଯୋଗାଯୋଗ କରିବାରୁ ସେ ଏପରି ବ୍ୟତିକ୍ରମ ଉପରେ ନଜର ରଖାଯିବା ସହ ଯୋଗ୍ୟ ଜନଜାତି ପରିବାରକୁ ଆବାସ ଗୃହ ପ୍ରଦାନ କରାଯିବ ବୋଲି କହିଛନ୍ତି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories