www.samajalive.in
Wednesday, December 10, 2025
23.1 C
Bhubaneswar

ଚୋରା ମଦ ବିକ୍ରିକୁ ବିରୋଧ କରିବା ହେଲା କାଳ, ବୃଦ୍ଧଙ୍କୁ ପିଟି ପିଟି ନୃଶଂସ ଭାବେ ହତ୍ୟା

କୁଆଁପାଳ : କଟକ ଜିଲ୍ଲା ମାହାଙ୍ଗା ଥାନାର କୁମୁଡା ଜୟୀପୁର ଫାଣ୍ଡି ଅଂଚଳର ମଧୁପୁର ଗ୍ରାମରେ ଚୋରା ମଦ ବିକ୍ରୀକୁ ବିରୋଧ କରିବାରୁ ମଦ ବିକ୍ରି କରୁଥିବା ଜନୈକ ବ୍ୟକ୍ତି ସଂଘବଦ୍ଧ ଭାବରେ ଆକ୍ରମଣ କରି ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରିବା ଘଟଣାକୁ ନେଇ ସମଗ୍ର ମାହାଙ୍ଗା ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ମୁତାବକ ମଧୁପୁର ଗ୍ରାମର ୬୨ ବର୍ଷୀୟ ବୃଦ୍ଧ ଗୟାଧର ବେହେରା ଗାଁରେ ଚୋରା ମଦ ବିକ୍ରିକୁ ବିରୋଧ କରି ଆସୁଥିଲେ। ତେବେ ବୃଦ୍ଧ ଗୟାଧର ଗତ ବୁଧବାର ଦିନ ଏହି ଚୋରାମଦ ବିକ୍ରି କରୁଥିବା ସେଇ ଗ୍ରାମର ଜୈନିକ ବ୍ୟକ୍ତିଙ୍କୁ ମଦ ବିକ୍ରି କରିବାକୁ ବାରଣ କରିଥିଲେ। ଏଥିନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଆଜି ଗୟାଧର ନିକଟସ୍ଥ ବଜାରରୁ ରାତିରେ ଫେରୁଥିବା ସମୟରେ ଜନୈକ ଚୋରା ମଦ ବେପାରୀ ଓ ତାଙ୍କ ସହଯୋଗୀମାନେ ସଂଘବଦ୍ଧ ଭାବେ ଗୟାଧରକୁ ଆକ୍ରମଣ କରିଥିଲେ। ଏଥିରେ ଗୟାଧର ଚେତାଶୂନ୍ୟ ହୋଇ ପଡିଯାଇଥିଲେ। ତାଙ୍କୁ ପରିବାର ଲୋକେ ତୁରନ୍ତ ନିକଟସ୍ଥ ଜଗନ୍ନାଥପୁର ମେଡିକାଲ ନେଇଥିଲେ। ସେଠାରୁ ଡାକ୍ତର ତାଙ୍କୁ ମାହାଙ୍ଗା ମେଡିକାଲ ଓ ପରେ କଟକ ମେଡିକାଲ ପଠାଇ ଦିଆ ଯାଇଥିଲା। କିନ୍ତୁ କଟକରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଜୟପୁର ଫାଣ୍ଡି ଠାରୁ ମାତ୍ର ଦୁଇ କିମି ଦୂରରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିଲେ ସୁଦ୍ଧା ପୁଲିସ କାହାରିକୁ ଗିରଫ କରିନି। ଫାଣ୍ଡିରେ ଅଭିଯୋଗ ହୋଇ ନଥିବାରୁ ଘଟଣାର ପ୍ରକୃତ ରହସ୍ୟ ଜଣା ପଡ଼ିନାହିଁ। ତେବେ ମୃତ ଗୟାଧରଙ୍କ ପୁତ୍ର କଟକ ମେଡ଼ିକାଲରୁ ଫେରି ଫାଣ୍ଡିରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି। ବାରମ୍ବାର ଚୋରା ମଦ ବିକ୍ରି ହେଉଥିବା ଫାଣ୍ଡିରେ ଅଭିଯୋଗ ହେଉଥିଲେ ବି ପୁଲିସ ହାତବାନ୍ଧି ବସିଥିବା ଓ ଏଭଳି ହତ୍ୟାକାଣ୍ଡ ଘଟିଥିବା ସାଧାରଣରେ ଆଲୋଚନା ହେଉଛି। ହତ୍ୟାକାଣ୍ଡ ନେଇ ଅଭିଯୋଗ ହେବା ପରେ ପ୍ରକୃତ ସତ୍ୟ ସାମ୍ନାଙ୍କୁ ଆସିବ ବୋଲି ଚର୍ଚ୍ଚା ହେଉଛି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories