www.samajalive.in
Wednesday, December 10, 2025
23.1 C
Bhubaneswar

ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ ତାଲିମ ଶିବିର

ବେଗୁନିଆ: ବେଗୁନିଆ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକ ପରିସରରେ ଥିବା ସଭାଗୃହରେ ୩ ଦିନ ଧରି ଚାଲିଥିବା ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ ତାଲିମ ଶିବିର ଆଜି ଉଦଯାପିତ ହୋଇଛି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରଞ୍ଜୁବାଳା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱ।ବଧାନରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ ଉପସ୍ଥିତ ରହି ସରକାରୀ ସ୍ତରରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଅଙ୍ଗନବାଡି କର୍ମୀମାନଙ୍କୁ ବୁଝାଇଥିଲେ। ବ୍ଲକର ୯ଟି ସେକ୍ଟର ଅଧୀନରେ ଥିବା ୨୩୬ଟି ଅଙ୍ଗନବାଡି କେନ୍ଦ୍ରର କର୍ମୀମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଅକ୍ଟୋବର ୧ତାରିଖ ଠାରୁ ଏହି ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ କରି ତୁରନ୍ତ ଦିବ୍ୟାଙ୍ଗ ଶିଶୁମାନଙ୍କର ଚିହ୍ନଟ ପ୍ରକ୍ରିୟା ଶେଷ କରିବା ପାଇଁ ସିଡିପିଓ ଶ୍ରୀମତୀ ସାହୁ ନିର୍ଦେଶ ଦେଇଛନ୍ତି। ଦିବ୍ୟାଙ୍ଗ ଶିଶୁ ସର୍ବେକ୍ଷଣ ତାଲିମ ଶିବିରରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଆରଟି ରଞ୍ଜିତା ବେହୁରା, ରଶ୍ମିତା ସାହୁ, ସିଡିପିଓଙ୍କ କାର୍ଯ୍ୟାଳୟର ସୁପରଭାଇଜର ସରୋଜିନୀ ବାରିକ, ସୁନନ୍ଦା ସେଠି ଏବଂ ବିଏସଏସଓ ଦାୟିତ୍ବରେ ଥିବା ଦୀପିକା ରାଉତରାୟ ଆରପି ଭାବେ ଯୋଗ ଦେଇ ଅଙ୍ଗନବାଡି କର୍ମୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories