www.samajalive.in
Sunday, December 7, 2025
23.1 C
Bhubaneswar

ଟ୍ରାକ୍ଟର ଓଲଟି ୨ ଗୁରୁତର

ମୋହନା: ବାଲି ନେବାକୁ କରଚବାଡି ପଞ୍ଚାୟତ ଅଧିନ କୁଟିଗୁଡା ଗ୍ରାମରୁ ଏକ ଟ୍ରାକ୍ଟର ଚାପଡପଙ୍କା ନିକଟ ହରଭଙ୍ଗୀ ନଦୀ ପଠାକୁ ଆସୁଥିଲା। ଜାତୀୟ ରାଜପଥ ୩୨୬ ଚାପଡପଙ୍କା ଛକ ନିକଟ ବୁଲାଣିରେ ଚାଳକ ପିଣ୍ଡୁ ଦଳାଇ(୨୦) ଗାଡ଼ିର ଭାରସାମ୍ୟ ରକ୍ଷା କରିନପାରି ବୁଲାଣି ରାସ୍ତାର ପାର୍ଶ୍ଵରେ ପୋତାଯାଇଥିବା କଂକ୍ରିଟ ପୋଲ ଉପରେ ଚ଼ଢ଼ିଯାଇ ଟ୍ରାକ୍ଟରଟି ଓଲଟି ପଡିଥିଲା। ଟ୍ରାକ୍ଟର ତଳେ ପିଣ୍ଟୁ ଚାପି ହୋଇ ରହିଥିଲେ। ଗ୍ରାମବାସୀ ଘଟଣାସ୍ଥଳକୁ ଆସି ପିଣ୍ଟୁକୁ ଉଦ୍ଧାର କରିଥିଲେ। ଗାଡିରେ ବସିଥିବା ଗୋପଟିମା ଗ୍ରାମର ଥମାଶ ଗମାଙ୍ଗ(୨୦) ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଉୟଙ୍କୁ ଉଦ୍ଧାର କରି ୧୦୮ରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଉଭୟଙ୍କର ମୁଣ୍ତ, ଛାତି ଓ ଗୋଡରେ ଗଭୀର ଆଘାତ ଲାଗିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories