www.samajalive.in
Sunday, December 7, 2025
14.1 C
Bhubaneswar

ଗୁରୁବାର ରାଶିଫଳ (୨୩/୦୯/୨୦୨୧)

ମେଷ :  ବିଭିନ୍ନ ସ୍ତରରୁ ଆଦର-ସମ୍ମାନ ଲାଭ କରିବେ। ରୋଜଗାର ଆଶାନୁରୂପ ହୋଇପାରେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ।

ବୃଷ : ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ବହୁ ବ୍ୟୟର ସମ୍ମୁଖୀନ ହେବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି।

ମିଥୁନ : କାର୍ଯ୍ୟର ସଫଳ ରୂପାୟନ କରି ସମ୍ମାନିତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଧର୍ମକାର୍ଯ୍ୟ ଓ ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥପ୍ରାପ୍ତିର ସୁଯୋଗ ଅଛି।

କର୍କଟ : ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଳମୟ କରି ପ୍ରଶଂସାର ପାତ୍ର ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ସମ୍ପାଦନ କରିବେ। ବିବାଦରେ ବିଜୟୀ ହେବେ।

ସିଂହ : କାର୍ଯ୍ୟରେ ସଫଳତା ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।

କନ୍ୟା : ଅର୍ଥ ଟାଣଟୁଣ ରହିବ। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି। ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟରୁ କିଛି ଲାଭ ମିଳିପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

ତୁଳା : ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁଖାଦ୍ୟ ପାଇଁ ଆନନ୍ଦ ଅନୁଭବ କରିପାରନ୍ତି। ଆତ୍ମଗର୍ବ ଦେଖାଇ ପାରନ୍ତି।

ବିଛା : ଉପଯୁକ୍ତ ମନ୍ତ୍ରଣାଦାତା ହୋଇପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ଶୁଣି ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି।

ଧନୁ : ବ୍ୟବସାୟ ଲାଭଜନକ ହେବ। ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ ହେବେ। ସର୍ବୋଚ୍ଚ କର୍ତ୍ତାଙ୍କ ପ୍ରିୟପାତ୍ର ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ।

ମକର : ସାଂଗଠନିକ କାର୍ଯ୍ୟର ନେତୃତ୍ବ ନେଇପାରନ୍ତି । ପରିଶ୍ରମର ମୂଲ୍ୟାଙ୍କନ ହେବ । ବାସଗୃହ ପରିବେଶ ଉତ୍ତମ ମାନର ହେବ । କୃଷି ଉପରେ ଅଧିକ ଗୁରୁତ୍ବ ଦେଇପାରନ୍ତି । ଯାନବାହନ ସୁଖ ଅଛି ।

କୁମ୍ଭ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ସମ୍ପାଦନ କରିବେ। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ପୂର୍ବାପେକ୍ଷା ଅଧିକ କ୍ରିୟାଶୀଳ ହେବେ।

ମୀନ : କୌଣସି କାରଣରୁ ବିଷାଦିତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନ ଆଗମନର ସୂଚନା ମିଳୁଛି। କୀର୍ତ୍ତିମାନ୍‌ ହେବେ। ନୀତିନିଷ୍ଠ ବ୍ୟକ୍ତିଭାବେ ସମ୍ମାନିତ ହୋଇପାରନ୍ତି। ସୁଖ-ସମ୍ମାନ ଲାଭକରିପାରନ୍ତି। ସହିଷ୍ଣୁ ହେବେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories