www.samajalive.in
Thursday, December 11, 2025
18.1 C
Bhubaneswar

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଯାଜପୁର ଜିଲ୍ଲା କାର୍ଯ୍ୟାଳୟରେ ସମୀକ୍ଷା

ଯାଜପୁର: ସରକାରୀ ବ୍ୟବସ୍ଥା ମଧ୍ୟରେ ସାଧାରଣ ଲୋକ ମାନଙ୍କୁ ସମୟୋଚିତ ସାମାଜିକ ନ୍ୟାୟ ପ୍ରଦାନ, ସେମାନଙ୍କର ଆବଶ୍ୟକତା ଓ ଅଧିକାରକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ପ୍ରଦାନ ପାଇଁ କେନ୍ଦ୍ରାଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଗୁରୁତ୍ୱ ଦେଇଚ୍ଥନ୍ତି। ବୁଧବାର ଯାଜପୁର ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟାବଳୀର ସମୀକ୍ଷା କରିବାକୁ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପହଂଚିଥିଲେ। ସର୍ବ ପ୍ରଥମେ ମା’ ବିରଜାଙ୍କ ଦର୍ଶନ କରିବା ସହ ବିରଜା ମନ୍ଦିରର ଊନ୍ନୟନ କାର୍ଯ୍ୟର ସମୀକ୍ଷା ଓ ଅନୁଧ୍ୟାନ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ।

ଏଥିରେ ସାଧାରଣ ଓ ବିବିଧ ବିଭାଗ, ରାଜସ୍ୱ, ତଉଜି, ଭୂ ଅର୍ଜନ ବିଭାଗ, ଜୁଡିସିଆଲ, ପାୟତରାଜ, ସାମାଜିକ ସୁରକ୍ଷା, ସାମାଜିକ କଲ୍ୟାଣ, ଯୋଗାଣ, ନିର୍ବାଚନ, ପ୍ଳାନିଂ, ଶିକ୍ଷା, ସୂଚନା ଓ ଲୋକ ସଂପର୍କ, ଅବକାରୀ, କ୍ରୀଡା, ମଙ୍ଗଳ ବିଭାଗ, ସୂଚନା ଅଧିକାର, ଅଡିଟ ବିଭାଗ ଇତ୍ୟାଦିର ସମୀକ୍ଷା ସେ କରିଥିଲେ। ରାଜସ୍ୱ ଆଦାୟକୁ ଗୁରୁତ୍ୱ ଦେବା ସହ ଊନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ସାମଲ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ରାଜସ୍ୱ ଆୟୁକ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ।

- Advertisement -

ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଡଃ ଶରତ କୁମାର ମହାପାତ୍ର, ଡେପୁଟୀ କଲେକ୍ଟର କୁଳମଣି ନାୟକ, କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଶୁଭଦର୍ଶନ ମିଶ୍ର, ସହାୟକ ଜିଲ୍ଲାପାଳ ତିଳୋମା ପୃଷ୍ଟି, ତରଣୀସେନ ପଟ୍ଟନାୟକ, ଊମେଶ ଚନ୍ଦ୍ର ଲେଙ୍କା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories