www.samajalive.in
Monday, December 8, 2025
27.1 C
Bhubaneswar

କୁଅରେ ପଡି ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ମହିଳାଙ୍କ ବାପା

କଲମପୁର: କଲମପୁର ବ୍ଲକ ଅଧିନସ୍ଥ ବଲାଗାଁର ଜନୈକା ମହିଳା କୁଅରେ ପଡି ଅସ୍ୱାଭାବିକ ଭାବେ ମୃତ୍ୟୁ ବରଣ କରିବା ଭଳି ଏକ ଅଘଟଣ ଘଟିଛି। ଯାହାକୁ ନେଇ ମୃତ ମହିଳାଙ୍କ ବାପା ଜୟପାଟଣା ପୁଲିସ ଥାନାରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି।

ସୁଚନା ଅନୁସାରେ ଗତ ୧୧.୯.୨୦୨୧ ଦିନ ବଲାଗାଁର ସୁବ୍ରତ କୁମାର ବେହେରାଙ୍କ ପତ୍ନୀ ମନସ୍ମିତା ପରିବାର ସହିତ ମିଶି ନୁଆ ଖାଇଥିଲେ। ହସ ଖୁସିରେ ଥିଲେ। ଯାହାର କିଛି ଫଟୋ ସମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ହଠାତ୍‍ ସେ ନିଖୋଜ ହେଇଯାଇଥିଲେ। ପରିବାର ଲୋକ ଖୋଜା ଖୋଜି କରିଥିଲେ। କୌଣସି ସୁରାକ୍‍ ମିଳିନଥିଲା। ଶେଷରେ ନିରାଶ ହେବା ପରେ ସନ୍ଦେହରେ ଘର ପରିସରରେ ଥିବା ଏକ ପରିତ୍ୟକ୍ତ କୁଅରେ ଖୋଜିଥିଲେ। ଯେଉଁଥିରୁ ମହିଳାଙ୍କ ଶବ ବାହାରିଥିଲା। ଏନେଇ ମହିଳାଙ୍କ ବାପ ଘରକୁ ବିଳମ୍ବରେ ଖବର ଦିଆଯାଇଥିଲା। ମହିଳାଙ୍କ ବାପ ଘର ଲୋକ ପହଂଚିବା ପରେ ସ୍ୱାମୀଙ୍କ ପରିବାର ଲୋକ ହଠାତ୍‍ ଏଭଳି ଘଟଣାକୁ ପୁଲିସକୁ ଜଣାଇବା ପରିବର୍ତ୍ତେ ତୁରନ୍ତ ଦାହ ସଂସ୍କାର କରି ଦେଇଥିଲେ। ଯାହାକୁ ମହିଳାଙ୍କ ବାପାଙ୍କ ପରିବାର ଲୋକ ସହଜରେ ଗ୍ରହଣ କରି ପାରିନାହାଁନ୍ତି। ଏପରିକି ତାଙ୍କ ଝିଅ ନିଖୋଜ ହେବା ନେଇ ବାପା ମଳୟ କୁମାରଙ୍କୁ କୌଣସି ସୁଚନା ଦିଆଯାଇନଥିଲା।

- Advertisement -

ପାଣିରେ ବୁଡି ମରିବାର କୌଣସି ଲକ୍ଷଣ ନଥିବା ବେଳେ, ନୁଆଖାଇ ପାଇଁ ହସଖୁସିରେ ଥିବା ମନସ୍ମିତାର ମୃତ୍ୟୁ ଅସ୍ୱାଭାବିକ ଓ ଯୋଜନାବଦ୍ଧ ହତ୍ୟା ବୋଲି ଗତ ୧୯.୯.୨୧ ଦିନ ତାଙ୍କ ବାପା ମଳୟ କୁମାର ମୁଣ୍ଡ ଜୟପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ୨୦୧୨ରେ ମନସ୍ମିତା ସୁବ୍ରତଙ୍କୁ ବିବାହ କରିଥିଲେ ମଧ୍ୟ ଉଭୟଙ୍କ ବୈବାହିକ ଜୀବନ ଠିକ ନଥିଲା। ଅନେକ ସମୟରେ ନିର୍ଯ୍ୟାତିତ ହେଉଥିଲେ ମଧ୍ୟ ସେ ନିରବରେ ସବୁ ସହିଯାଉଥିଲେ। ଏପରିକି ଏକ ଘର ଡିହକୁ ମନସ୍ମିତାଙ୍କ ଶ୍ୱଶୁର ମନସ୍ମିତାଙ୍କ ନାମରେ ପଞ୍ଜିକରଣ କରିଦେବା ଘଟଣାକୁ ନେଇ ପରିବାରରେ ଅସନ୍ତୋଷ ଲାଗି ରହିଥିଲା। ଅନେକ ସମୟରେ ସ୍ୱାମୀଙ୍କ ପରିବାର ତରଫରୁ ମାନସିକ ଓ ଶାରିରୀକ ଭାବେ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରାଯାଇଛି।

ଜଣେ ବ୍ୟକ୍ତି ପରିତ୍ୟକ୍ତ ତଥା ଅନାବଶ୍ୟକ ଥିବା କୁଅକୁ କାହିଁକି ଯିବ? ଅନ୍ୟପଟେ ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ଦୁର୍ଘଟଣା ଜନିତ ଘଟଣା କହି ଚପାଇ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରାଯାଇଛି। ଏହି ଘଟଣାକୁ ଜୟପାଟଣା ଥାନା କେସନଂ ୩୪୦ରେ ମାମଲା ରୁଜୁ କରାଯାଇ ଶ୍ୱଶୁର ଓ ଶାଶୁ, ସ୍ୱାମୀ ସୁବ୍ରତ କୁମାର ବେହେରା, ଦେଢଶୁର ସୁଧିର କୁମାର ବେହେରା ଓ ଯାଆ ଭାରତୀ ବେହେରାଙ୍କ ବିରୁଦ୍ଧରେ ୩୦୨/୩୪ ଧାରାରେ ତଦନ୍ତ କରାଯାଉଛି।

ସୁଚନା ଯୋଗ୍ୟ, ମନସ୍ମିତା ନିଜ ସ୍ୱାମୀ ଓ ୮ ବର୍ଷିୟ ଝିଅ ସହ ଭବାନିପାଟଣାରେ ରହୁଥିଲେ। ଗତ କିଛି ବର୍ଷ ଧରି ନୁଆଖାଇ ପାଇଁ ଆସିନଥିଲେ। କିନ୍ତୁ ଚଳିତ ବର୍ଷ ପରିବାର ସହ ନୁଆଖାଇ ପାଳନ କରିବା ପାଇଁ ଆଗ୍ରହରେ ଘରକୁ ଆସିଥିଲେ। ଏହା ସଂଯୋଗ ବଶତଃ ନା ଏହା ମଧ୍ୟରେ କିଛି ଯୋଜନା ରହିଥିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ୟପଟେ ମୃତ ମହିଳାଙ୍କ ସ୍ୱାମୀ ସୁବ୍ରତ ବେହାରାଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ଫୋନ ସୁଇଚ ଅଫ ଥିବା କାରଣରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories