www.samajalive.in
Sunday, December 7, 2025
16.1 C
Bhubaneswar

୩୫ ଲକ୍ଷ ଟଙ୍କାରେ ହୋଇଥିଲା ରାସ୍ତା ମରାମତି; ଚାରି ମାସରେ ଧୋଇଗଲା

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଅତାବିରାରୁ ପାହାର ଶ୍ରିଗିଡାକୁ ସଂଯୋଗ କରୁଛି ଏକ ପିଚୁ ଆରଡି ରାସ୍ତା। ଏହି ରାସ୍ତାରେ ପ୍ରତିଦିନ ୭ଟି ପଞ୍ଚାୟତର ଲୋକେ ଯିବା ଆସିବା କରିବା ସହ ବଡ ଟ୍ରକ୍, ବସ, ସ୍କୁଲ୍ ଭେନ୍ ଆଦି ଯିବା ଆସିବା କରିଥାଏ। ଅତାବିରା ଟେଲିଫୋନ ଛକରୁ ୫୦୦ ମିଟର ଦୂରରେ ରହିଛି ସରକାରଙ୍କ ଖାଦ୍ୟ ନିଗମ ଶାଖା। ପ୍ରତିଦିନ ଚାଉଳ ବୋଝେଇ ଟ୍ରକ ମାଳ ମାଳ ଯିବା ଆସିବା କରିଥାଏ। ଏମିତିକି ବେଳେ ବେଳେ ରାସ୍ତା ଯୋଗୁଁ ଟ୍ରକଗୁଡ଼ିକୁ ପାରି ହୋଇ ଯିବାକୁ ଦୀର୍ଘ ସମୟ ଧରି ଅଟକାଇବାକୁ ପଡ଼ିଥାଏ ଓ ଖାଲ ଖମାରେ ପୂର୍ଣ୍ଣ ରାସ୍ତାରେ ତାହା ଓଲଟି ପଡ଼ିବାର ସମ୍ଭାବନା ମଧ୍ୟ ରହିଥାଏ।ଏହି ଆରଡି ରାସ୍ତାରେ ଅନେକ ଜୀବନ ମଧ୍ୟ ଗଲାଣି। କିନ୍ତୁ କେବେହେଲେ ରାସ୍ତାଟି ଭଲ ହୋଇପାରୁ ନାହିଁ। ଖାଲ ଖମା ହେଲେ ଠିକାଦାର ମାନେ ଓ ଆରଡି ବିଭାଗ ପିଚୁ ରାସ୍ତାରେ ମାଟି ପୋତିବା ର ବି ନଜିର ରହିଛି। ରାସ୍ତା ମରାମତି ପାଇଁ ଗତ କିଛି ମାସ ତଳେ ୩୫ ଲକ୍ଷ ଟଙ୍କା ଅଟକଳ ରାଶି ଆସିଥିବା ଜଣାପଡ଼ିଛି।ରାସ୍ତାଟି ମରାମତି ହେଲା କିନ୍ତୁ ଦୁଇ ଚାରିମାସ ନ ପୁରୁଣୁ ରାସ୍ତା ଯାହାକୁ ତାହା ହେଇ ପଡ଼ିଛି। ଯେଉଁଠି ଖାଲ ଥିଲା ପୁଣି ସେଇ ଖାଲ ହୋଇ କାୟା ବିସ୍ତାର କରିଚାଲିଛି।ବର୍ଷାରେ ପାଣି ପୂରି ଯାଇ ଅତି ଶୋଚନୀୟ ହୋଇ ପଡ଼ୁଛି। ଅଜଣା ବ୍ୟକ୍ତି ଏହି ରାସ୍ତା ଦେଇ ଯିବାବେଳେ ଅନେକ ସମୟରେ ଖକ୍ଷଳରେ ପଡିଯାଇ ହନ୍ତସନ୍ତ ହେଉଛନ୍ତି। ଏମିତି ନିମ୍ନ ମାନର କାମ ହେଉଛି କିନ୍ତୁ ସେଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ। ଠିକାଦାର ଓ ଆରଡି ବିଭାଗର ମଧୁଚନ୍ଦ୍ରିକାରେ ଚାଲିଛି ଏମିତି ନିମ୍ନ ମାନର ରାସ୍ତାକାମ । ଥରକୁ ଥର ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଆସୁଥିଲେ ସୁଦ୍ଧା ରାସ୍ତାର ଅବସ୍ଥା ସୁଧୁରି ପାରୁନି। ଏଥିପାଇଁ ଜନସାଧାରଣ ପକ୍ଷରୁ ଭିଜିଲାନ୍ସ ତଦନ୍ତ ଦାବି ହେଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories