www.samajalive.in
Friday, December 12, 2025
27.1 C
Bhubaneswar

ଜମ୍ମୁ-କାଶ୍ମୀର ପଞ୍ଚାୟତ ନିର୍ବାଚନରେ ଭାଗ ନେବ ନାହିଁ ନ୍ୟାସନାଲ କନଫାରେନ୍ସ: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଚଳିତ ବର୍ଷର ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିଗମ ନିର୍ବାଚନକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ନ୍ୟାସନାଲ କନଫାରେନ୍ସ ଦଳ ପକ୍ଷରୁ ଏହି ନିର୍ବାଚନକୁ ବହିସ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନୁଚ୍ଛେଦ ୩୫-ଏକୁ ନେଇ ନ୍ୟାସନାଲ କନଫାରେନ୍ସ ଏହି ନିଷ୍ପତ୍ତି ପରେ ରାଜନୀତି ସରଗରମ ହୋଇପଡ଼ିଛି।
ନ୍ୟାସନାଲ କନଫାରେନ୍ସ ମୁଖ୍ୟ ତଥା ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏ ସମ୍ପର୍କରେ ଘୋଷଣା କରିବା ସହ କେନ୍ଦ୍ର ସରକାର ଅନୁଚ୍ଛେଦ-୩୫ଏକୁ ନେଇ ନିଜ ପକ୍ଷ ସର୍ବସାଧାରଣରେ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଯେତେ ପର୍ଯ୍ୟନ୍ତ ନିଜ ପକ୍ଷ ସ୍ପଷ୍ଟ ନକରିବ ସେତେ ପର୍ଯ୍ୟନ୍ତ ରାଜ୍ୟରେ ଶାନ୍ତି ଫେରିବାର ଆଶା କ୍ଷିଣ ବୋଲି ଶ୍ରୀ ଅବଦୁଲ୍ଲା ମତବ୍ୟକ୍ତ କରିଛନ୍ତି।
ଅନୁଚ୍ଛେଦ ୩୫-ଏକୁ ନେଇ ସୁପ୍ରିମ କୋର୍ଟରେ ଶୁଣାଣି ଅବ୍ୟାହତ ରହିଛି। କେନ୍ଦ୍ର ସରକାର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବାରୁ ଶୁଣାଣି ଶୀଘ୍ର କରିବାକୁ ଆବେଦନ କରିଥିଲେ। ଅପରପକ୍ଷରେ ରାଜ୍ୟ ସରକାର ଏହାକୁ ବିରୋଧ କରୁଛି। ଏପରିକି ଯେଉଁ ଦିନ ସୁପ୍ରିମ କୋର୍ଟ ଉକ୍ତ ମାମଲାର ଶୁଣାଣି କରୁଛି ସେହି ଦିନ ଜମ୍ମୁ-କାଶ୍ମୀରରେ ବନ୍ଦ ପାଳନ କରାଯାଉଛି। ରାଜ୍ୟରେ ଏବେ ରାଜ୍ୟପାଳ ଶାସନ ଚାଲିଥିବାବେଳେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ। କିନ୍ତୁ ଅକ୍ଟୋବର-ନଭେମ୍ବର ମଧ୍ୟରେ ମତଦାନ କରାଯିବାର ଚୂଡ଼ାନ୍ତ ହୋଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories