ବୁର୍ଲା: ବୁର୍ଲା ମୂଖ୍ୟବନ୍ଧ ବିଭାଗ ଦ୍ୱାରା ହୀରାକୁଦ ନଦୀବନ୍ଧର ପରିଚାଳନା ସହିତ ଅନ୍ୟାନ୍ୟ ଗୁରୁତ୍ୱପୁର୍ଣ୍ଣ ବ୍ୟବସ୍ଥା ମାନ ସମ୍ପାଦନ କରାଯାଉଛି ଅସ୍ଥାୟୀ କର୍ମଚାରୀଙ୍କ ଭରସାରେ। ହାତଗଣତି ହୋଇ ରହିଯାଇଛନ୍ତି ସ୍ଥାୟୀ କର୍ମଚାରୀ। ଏପରିକି ଜଳଭଣ୍ଡାରର ପରିଚାଳନା ବର୍ଷାଦିନରେ ମଧ୍ୟ ବିନା କ୍ରେନ ଅପରେଟର, ପମ୍ପ ଡ୍ରାଇଭର ଏବଂ କର୍ମଚାରୀରେ ଦୁର୍ମୁଲ୍ୟ ଜଳରାଶିର ପରିଚାଳନା କରାଯାଉଥିବା ଦୃଷ୍ଟାନ୍ତ ରହିଛି। ଉଚ୍ଚନ୍ୟାୟାଳୟ ପକ୍ଷରୁ ଅନ୍ୟ ଏକ ମାମଲାରେ ଠିକା କର୍ମଚାରୀଙ୍କୁ ୬ ବର୍ଷରୁ ଅଧିକ ଦିନ ଠିକାରେ କିମ୍ବା ଆଡ଼ହକରେ ରଖାଯା ପାରିବ ନାହିଁ ବୋଲି ଉଚ୍ଚନ୍ୟାୟଳୟ ପକ୍ଷରୁ ଏତାଦୃଶ କର୍ମଚାରୀଙ୍କ କ୍ଷେତ୍ରରେ ତାଙ୍କୁ ନିୟମିତ କରାଯିବାର ଆବଶ୍ୟକତା ରହିଥିବା ନେଇ ଉଚ୍ଚନ୍ୟାୟାଳୟ ଏକ ମାମଲାରେ ମତ ଦିଆଯାଇଛି। ତେବେ ଅନେକ ଚୁକ୍ତିଭିତ୍ତିକ ସିଏଲଆର କର୍ମଚାରୀ ମୂଖ୍ୟବନ୍ଧ ବିଭାଗରେ ବିଗତ ୧୦ରୁ ଊର୍ଦ୍ଧ୍ବ ଏପରିକି ୨୦ରୁ ଊର୍ଦ୍ଧ୍ବ ବର୍ଷ ହେବ କାର୍ଯ୍ୟରତ ରହିଥିବା ଦୃଷ୍ଟାନ୍ତ ରହିବା ସହିତ ସେମାନେ ମୁଖ୍ୟବନ୍ଧ ବିଭାଗର ବେପରୁଆ ନିତିରେ ଶୋଷଣର ଶୀକାର ହୋଇ ଆସୁଛନ୍ତି।
ସର୍ବପୁରାନତ ମାଟିବନ୍ଧ ଭାବରେ ହୀରାକୁଦ ବନ୍ଧ ପୃଥିବୀ ପ୍ରସିଦ୍ଧ ଏବଂ ସମୁଦାୟ ୯୮ଟି ଫାଟକ ମଧ୍ୟରୁ ବନ୍ୟାଜଳ ନିଷ୍କାସିତ ହୋଇଥାଏ ସେଥିମଧଧ୍ୟରୁ ୬୪ଟି ସ୍ଲୁଇସ ଫାଇକ ଏବଂ ୨୪ଟି କ୍ରେଷ୍ଟ ଫାଟକ ଏହି ଫାଟକ ଜଳ ପରିଚାଳନା ପାଇଁ ଉଭୟ ପଟରେ ରହିଛି। ସମୁଦାୟ ଆଠଟି କ୍ରେନ ଏହି ଫାଟକ ଖୋଲା ଏବଂ ବନ୍ଦ ବ୍ୟବସ୍ତାରେ ରହିଛି। ପାଞ୍ଚୋଟି କ୍ରେନ ହୀରାକୁଦ ପଟ ବା ବାମ ପଟରେ ଏବଂ ତିନୋଟି କ୍ରେନ ଡ଼ାହାଣପଟ ଅଥବା ବୁର୍ଲା ପଟରେ ରହିଛି। ପୁର୍ବରୁ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ସମୁଦାୟ ୧୨୦୦ ସ୍ଥାୟୀ କର୍ମଚାରୀ ରହିଥିଲେ। ମାତ୍ର କାଳକ୍ରମେ କେବଳ ଅବସର ନେବା ଏବଂ ସ୍ଥାୟୀ ନିଯୁକ୍ତି ଦିଆ ନ ଯିବା ପ୍ରକ୍ରିୟାରେ ସ୍ଥାୟୀ ମଧ୍ୟରୁ ରହିଯାଇଛନ୍ତି ମାତ୍ର ଦେଢ଼ଶହ ବା ତା ଠାରୁ ମଧ୍ୟ କମ। ଚଳିତ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସ ତଥା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କିଛି କର୍ମଚାରୀ ପୁଣି ଅବସର ନେଇଯାଇଛନ୍ତି। ସେପଟେ ଏହି ବିଶାଳ ଶୁନ୍ୟସ୍ତାନକୁ କିଛିଟା ଘୋଡ଼ାଇବା ପାଇଁ ସିଏଲଆର(ଠିକା କର୍ମଚାରୀ)ଙ୍କୁ ନିଯୁକ୍ତି କରାଯାଇଛି ଯାହାର ମାତ୍ରା ପାଖାପାଖି ୧୯୯। ମାତ୍ର ଚୁକ୍ତିଭିତ୍ତିକ ଶ୍ରମିକ ମାନଙ୍କୁ ନିୟମିତ କରାଯାଉନାହିଁ।
ଶ୍ରମିକ ମାରଣ ନିତି ମଧ୍ୟରେ ମୁଖ୍ୟବନ୍ଧ ବିଭାଗ କେବଳ ଠିକାଦାର ପୋଷି ଚାଲିଛନ୍ତି। ଏହି ଠିକାଭିତ୍ତିକ କର୍ମଚାରୀ ମାନଙ୍କୁ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ବ ୨୦ ବା ତଦୁଦ୍ଧ୍ୱର୍ ବର୍ଷ ଧରି ଶୋଷଣ କରାଚାଲିଛି ନିୟମିତ କରା ନ ଯାଇ। ସେପଟେ ଦୈନିକ ୨୮୦ ଟଙ୍କା ହିସାବରେ ପ୍ରାପ୍ୟ ଦିଆଯାଉଥିବା ବେଳେ ସେଥିମଧ୍ୟରୁ ପୁଣି ଚାରୋଟି ରବିବାର ଦିନର ପ୍ରାପ୍ୟକୁ କାଟି ଦିଆଯାଇ ମାସିକ ସାତ ହଜାର ଟଙ୍କା ପୈଠ କରାଯାଉଛି। ସେପଟେ ଚଳିତ ବର୍ଷ ନୁଆଖାଇ ସମୟରେ ମଧ୍ୟ କେତେକ ଠିକାଦାରଙ୍କ ତରଫରୁ ପ୍ରାପ୍ୟ ଦିଆ ଯାଇ ନ ଥିବା ସୁଚନା ହସ୍ତଗତ ହୋଇଛି। ଏହି ସିଏଲଆରବ କର୍ମଚାରୀ ମାନେ ବନ୍ଧର ଜଳ ପରିଚାଳନା ଠାରୁ ଆରମ୍ଭ କରି ସମସ୍ତ ସ୍ତାନରେ ତାଙ୍କୁ ନିୟୋଜିତ କରାଯାଇ କାମ ନିଆ ଯାଉଛି। ତେବେ ଏହି ୧୯୯ ଜଣ ଠିକାଭିତ୍ତିକ ସିଏଲଆର କର୍ମଚାରୀଙ୍କ ଭାଗ୍ୟ ବଦଳିବ ତ ଏବଂ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶନାମା ନିୟମିତ କରାଯିବା ଆବଶ୍ୟକତା ରହିଥିବା ଲାଗୁ ହେବ ତ ବୋଲି ସଚେତନ ମହଲରେ ପ୍ରଶ୍ନ ଉଠୁଛି।
ସୁଚନା ଥାଉକି, ଠିକାଦାରଙ୍କ ଅଧିନରେ ରହିଥିବା ଶ୍ରମିକଙ୍କ ତଥ୍ୟ ସରକାରୀ କଳ ପାଖକୁ ପହଞ୍ଚି ପାରୁ ନାହିଁ। ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ହୀରାକୁଦ ବନ୍ଧ ବ୍ୟବସ୍ତା ତଳିତଳାନ୍ତ ହୋଇ ସାରିଥିବା ଚର୍ଚ୍ଚାର ବିଷୟ ପାଲଟିଛି। ସମୁଦାୟ ଆଠଟି କ୍ରେନକୁ ଆଠଜଣ କ୍ରେନ ଅପରେଟର ଏବଂ ଆଠଜଣ ହେଲପର ରହିବା ନିୟମ ମୁତାବକ ରହିଛି। ମାତ୍ର ୧୬ ମଧ୍ୟରୁ ସମୁଦାୟ ମାତ୍ର ୨ ଜଣ କ୍ରେନ ଅପରେଟର ରହିଥିଲେ ମାତ୍ର ଆଗାମୀ ଡ଼ିସେମ୍ବର ସୁଦ୍ଧା ୨ ଜଣ ହିଁ କ୍ରେନ ଅପରେଟର ଅବସର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ପମ୍ପ ଚାଳକ ନ ଥିବା ଫଳରେ ଚୌକିଦାରକୁ ନେଇ ପମ୍ପ ଚଳାଇବା କାମ କରାଚାଲିଛି। ବନ୍ଧର ଜଳ ମାପିବା ପାଇଁ ଗେଜ ରିଡ଼ର ମଧ୍ୟ ନାହାନ୍ତି କୌଣସି ତଳିଆ କର୍ମଚାରୀଙ୍କୁ ନେଇ କାମ ଚଳାଯାଉଛି। ଏଭଳି ଭାବରେ ନାହିଁ ନାହିଁ ମଧ୍ୟରେ ହୀରାକୁଦ ବନ୍ଧ କେବଳ ଅକାରଣରେ ମାଳ ମାଳ ଇଞ୍ଜିନିୟରଙ୍କୁ ନେଇ ଗତି କରୁଛି ମାତ୍ର ଧିରେ ଧିରେ କର୍ମଚାରୀ ଶନ୍ୟ ହୋଇ ଯାଉଛି। ତେବେ ଏହାକୁ ନେଇ ମୁଖ୍ୟବନ୍ଧ କର୍ତ୍ତୃପକ୍ଷ ଗୋଟିଏ ପରେ ଗୋଟିଏ ଆସି ଯୋଗଦାନ କରି ବଦଳି ଚାଲିଛନ୍ତି ମାତ୍ର ଚୁକ୍ତିଭିତ୍ତିକ ସିଏଲଆର କର୍ମଚାରୀଙ୍କ ଭାଗ୍ୟର ପେଡ଼ିର ଚାବିକୁ ସମୁଦ୍ର ଗର୍ଭକୁ ଫିଙ୍ଗି ଦିଆଯାଇଛି ତାକୁ କେହି ମଧ୍ୟ ଖୋଲିବାକୁ ନାରାଜ।
ମୁଖ୍ୟବନ୍ଧ ବିଭାଗରେ ଖୋଲାଖୋଲି ଟେଣ୍ଡର ଆହ୍ୱାନ କରାଯିବା ବଦଳରେ ଲୁକ୍କାୟିତ ଭାବରେ ୱାର୍କ ଟେଣ୍ଡର କରାଯାଇ ଏହା ମାଧ୍ୟମରେ କେତେକ ନିର୍ଦ୍ଧିଷ୍ଟ ପ୍ରଭାବଶାଳୀ ଠିକାଦାରଙ୍କ ମାଧ୍ୟମରେ ଠିକା କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆ ଯାଇ ବନ୍ଧର ରକ୍ଷଣବେକ୍ଷଣ ତଥା ଜଳ ପରିଚାଳନା କାମ ତ୍ୱରାନ୍ନିତ କରାଯାଉଛି। ଉକ୍ତ ଠିକାଦାରଙ୍କ ମଧ୍ୟରୁ ବିଭାଗୀୟ କର୍ମଚାରୀ ମଧ୍ୟ ତାଙ୍କ ସମ୍ପର୍କିୟଙ୍କ ମାଧ୍ୟମରେ ଠିକାଦାର ସାଜି ଠିକା ଶ୍ରମିକ ନିଯୁକ୍ତି କରିବା ପ୍ରସଙ୍ଗକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ ଯାହାକି ବନ୍ଧ କର୍ତ୍ତୃପକ୍ଷଙ୍କ ନଜରରେ ମଧ୍ୟ ରହିଛି। ଆଗରୁ ଘଟିଯାଇଥିବା କେତେ ମାତ୍ରାରେ ବିବାଦିୟ ଘଟଣାକୁ ଅଣଦେଖା କରାଯାଇ ନ ପାରେ। ତେବେ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶନାମା ଏହି ମୁଖ୍ୟବନ୍ଧ ବିଭାଗରେ କାର୍ଯ୍ୟକାରୀ ହେବ ତ ଏବଂ ସିଏଲଆର କର୍ମଚାରୀ ନିୟମିତ ହେବେ ତ ବୋଲି ସ୍ତାନିୟ ମହଲରେ ପ୍ରଶ୍ନ ଉଙ୍କି ମାରୁଛି।



