www.samajalive.in
Saturday, December 13, 2025
27.1 C
Bhubaneswar

ଶରଦ ପୱାର ପଛରୁ ଛୁରିକାଘାତ କରିଥିବା ବ୍ୟକ୍ତି-ଅନନ୍ତ ଗୀତେ

ମୁମ୍ବଇ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର ଜଣେ ପଛରୁ ଛୁରିକାଘାତ କରିଥିବା ବ୍ୟକ୍ତି। ସେ ନିଜର ଦଳ ଗଢିବାକୁ କଂଗ୍ରେସକୁ ପଛରୁ ଛୁରି ମାରିଛନ୍ତି। ତେଣୁ ସେ ଶିବ ସୈନିକଙ୍କ ପାଇଁ ଜଣେ ଗୁରୁ ହୋଇପାରିବେ ନାହିଁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ ଗୀତେ କହିଛନ୍ତି। ଏଥିସହିତ ଗୀତେ କହିଛନ୍ତି, ଶିବସେନା, ଏନସିପି ଏବଂ କଂଗ୍ରେସକୁ ନେଇ ଗଠିତ ମହା ବିକାଶ ଅଘାଡି (ଏମଭିଏ) ସରକାର କେବଳ ଏକ କାମଚଳା ବିଷୟ। ସୂଚନାଯୋଗ୍ୟ ଯେ ୨୦୧୯ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ କ୍ଷମତାକୁ ଆସିଥିବା ଏମଭିଏ ସରକାରର ସ୍ଥପତି ଭାବରେ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ବିବେଚନା କରାଯାଉଛି। ଶିବସେନା ଏବଂ ଭାଜପା ମଧ୍ୟରେ ବିବାଦ ସୃଷ୍ଟି ହେବାପରେ ଏମଭିଏ ଗଠନ କରାଯାଇଥିଲା। ତାହାପୂର୍ବରୁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଶିବସେନା ଏବଂ ଭାଜପା ଉଭୟ କ୍ଷମତା ଭାଗିଦାର କରିଥିଲେ।
ସୋମବାର ଦିନ ରାଇଗଡରେ ଏକ ଜନସମାବେଶରେ ଉଦବୋଧନ ଦେଇ ଅନନ୍ତ ଗୀତେ କହିଥିଲେ, ଏହି ସରକାର କେବଳ କାମଚଳା ଭିତ୍ତିରେ ଚାଲିଥିବାରୁ ଶରଦ ପୱାର ସବୁଦିନ ପାଇଁ ଶିବସେନାର ଗୁରୁ ହୋଇପାରିବେ ନାହିଁ। ଲୋକମାନେ ଯାହା ଭାବୁଛନ୍ତି ଭାବନ୍ତୁ ଏବଂ ସେଥିପାଇଁ ପୱାରଙ୍କୁ ସେତେ ସାବାସି ଦେବାକଥା ଦିଅନ୍ତୁ, କିନ୍ତୁ ଶିବସେନା ପାଇଁ ଏକମାତ୍ର ଗୁରୁ ହେଉଛନ୍ତି (ସ୍ୱର୍ଗତ) ବାଲାସାହେବ ଥାକରେ। ଯେପର୍ଯ୍ୟନ୍ତ ଏହି ସରକାର କାର୍ଯ୍ୟ କରୁଥିବ, ତାହା କରିଚାଲିବ। ଯଦି ଆମେ ଅଲଗା ହୋଇଯାଉ, ତେବେ ଆମ ଘର ଶିବସେନା ହେବ ଏବଂ ଆମେ ସବୁଦିନ ପାଇଁ ଆମ ଦଳ ସହିତ ରହିବୁ ବୋଲି ଗୀତେ କହିଥିଲେ। ତେବେ ଶିବସେନା ନେତୃତ୍ୱାଧୀନ ସରକାର ପଛରେ ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ ଏବଂ ଏହା ସଫଳତାର ସହିତ କାର୍ଯ୍ୟ କରିବା ସେ ଚାହାଁନ୍ତି ବୋଲି ଗୀତେ ସ୍ପଷ୍ଟ କରିଦେଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories