ଦେଶର ପ୍ରଥମ ରାଜ୍ୟ ଭାବେ ନାଗାଲାଣ୍ଡରେ ବିନା ବିରୋଧୀରେ ଚାଲିବ ସରକାର
କୋହିମା: ନୂଆ ଇତିହସ ରଚିବାକୁ ଯାଉଛି ନାଗାଲାଣ୍ଡ। ଦେଶର ଏକମାତ୍ର ରାଜ୍ୟ ଭାବେ ଏଠାରେ ବିନା ବିରୋଧୀରେ ସରକାର ଚାଲିବ। ନାଗାଲାଣ୍ଡର ସମସ୍ତ ରାଜନୈତିକ ଦଳ ବିନା ବିରୋଧୀରେ ଏକାଠି ସରକାର ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଦେଶର ରାଜନୈତିକ ଇତିହାସରେ ଏକ ବିରଳ ଚିତ୍ର। ନାଗାଲାଣ୍ଡ ବିଧାନସଭାରେ ପ୍ରତିନିଧିତ୍ବ କରୁଥିବା ସମସ୍ତ ରାଜନୈତିକ ଦଳ ମିଶି ସର୍ବଦଳୀୟ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆ ସରକାରକୁ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଏନ୍ସ ବୋଲି ନାମକରଣ କରାଯାଇଛି। ଏଥିରେ ବିଜେପି ମଧ୍ୟ ସାମିଲ ଅଛି।
ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିୟୁ ରିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିରୋଧୀ ମୁକ୍ତ ସରକାର ଗଠନ କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି। ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ ଟ୍ବିଟ୍ କରି ଘୋଷଣା କରିଛନ୍ତି ଯେ, ନାଗାଲାଣ୍ଡରେ ବିରୋଧୀ ମୁକ୍ତ ସରକାରକୁ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଏନ୍ସ (ୟୁଡିଏ) ଭାବେ ନାମକରଣ କରାଯାଇଛି। ଏନଡିପିପି, ବିଜେପି, ଏନପିଏଫ ଏବଂ ସ୍ୱାଧୀନ ବିଧାୟକମାନଙ୍କ ଦଳୀୟ ନେତା ଓ ବିଧାୟକମାନଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି।
Comments are closed.