www.samajalive.in
Sunday, December 14, 2025
26.1 C
Bhubaneswar

ରାଉରକେଲାରେ ହେବ ସ୍ମାର୍ଟ ଗ୍ରୀଡ ଷ୍ଟେସନ: ଦିବ୍ୟ ଶଙ୍କର ମିଶ୍ର

ରାଉରକେଲା: ରାଉରକେଲାଠାରେ ସ୍ବତନ୍ତ୍ର ସ୍ମାର୍ଟ ଗ୍ରୀଡ ଷ୍ଟେସନ ନିର୍ମାଣ କରାଯିବ। ରାଜ୍ୟ ଶକ୍ତି, ଶିଳ୍ପ, ଏମଏସଏମଇ ଏବଂ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗୁରୁବାର ସଂଧ୍ୟାରେ ମହାନଗର ନିଗମ ସମ୍ମିଳନୀର କକ୍ଷରେ ଅନୁଷ୍ଠିତ ବିଦ୍ୟୁତ ଏବଂ ଶିଳ୍ପର ବିକାଶ ଉପରେ ସମୀକ୍ଷା ବୈଠକରେ ଯୋଗ ଦେଇ ଏହା କହିଛନ୍ତି। ଏହି ବୈଠକରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ଉପସ୍ଥିତ ଥିଲେ। ଶ୍ରୀ ମିଶ୍ର ରାଉରକେଲା ସହରରେ କିପରି ବିଦ୍ୟୁତ ସରବରାହ ସଠିକ ଭାବରେ ସମସ୍ତଙ୍କ ପାଖକୁ ପହଞ୍ଚି ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଘରୋଇ, ବ୍ୟବସାୟିକ ତଥା ଶିଳ୍ପର ବ୍ୟବହାର ପାଇଁ ବିଦ୍ୟୁତ ସେବା କିପରି ଉନ୍ନତମାନର ହୋଇ ପାରିବ ସେଥିପାଇଁ ସ୍ବତନ୍ତ୍ର ସ୍ମାର୍ଟ ଗ୍ରୀଡ ଷ୍ଟେସନ ନିର୍ମାଣ କରିବାକୁ ସଂପ୍ରକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କୁ ଯଥା ସମୟ ମଧ୍ୟରେ ଜାଗା ଚିହ୍ନଟ କରିବାକୁ କହିଥିଲେ। ଏହାବ୍ୟତୀତ ବଣାଇଁ, ଗୁରୁଣ୍ତିଆ ବ୍ଲକଗୁଡିକରେ ବିଜୁଳିର ହେଉଥିବା ସମସ୍ୟା ଉପରେ ବିଧାୟକ ସାରଦା ପ୍ରସାଦ ନାୟକ ଅବଗତ କରାଇଥିଲେ। ଶ୍ରୀ ମିଶ୍ର ଏହାର ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବିଦ୍ୟୁତ ବିଭାଗ, ଶିଳ୍ପ ଓ ଇଡକୋ ବିଭାଗର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ଏହା ପୂର୍ବରୁ କ୍ୟାପଟେନ ମିଶ୍ର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମକୁ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଷ୍ଟାଡ଼ିୟମର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଏଡିଏମ, ରାଉରକେଲା ଦିବ୍ୟଜ୍ୟୋତି ପରିଡ଼ା, ଇଡକୋର ଡିଭିଜନାଲ ପ୍ରମୁଖ ବିଜୟ କୁମାର ମହାନ୍ତି, ଏଲଏଣ୍ଡଟିର ପ୍ରୋଜେକ୍ଟ ମ୍ୟାନେଜର ଏସ କେ ନାରାୟଣ ଏବଂ ଡିଜାଇନ ଟିମ ଉପସ୍ଥିତ ଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories