www.samajalive.in
Tuesday, December 9, 2025
15.1 C
Bhubaneswar

ମୂର୍ତ୍ତି ବିବାଦ ମାମଲା: ହାଇକୋର୍ଟରେ ଆବେଦନ ଖାରଜ

ଭୁବନେଶ୍ବର: କଟକ ବାଲୁବଜାର ପୂଜା କମିଟି କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ଦୁର୍ଗା ପୂଜା ପାଇଁ ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଆଜି କଟକରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ହାଇକୋର୍ଟରେ ଶୁଣାଣି ହୋଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଆଜି ଖାରଜ କରିଛନ୍ତି। କଟକରେ ମା’ ଦୁର୍ଗାଙ୍କ ୪ ଫୁଟ୍ ଉଚ୍ଚତାକୁ ବିରୋଧ କରି କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଗତକାଲି ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିବାବେଳେ ଆଜି ହାଇକୋର୍ଟ ଏହାର ରାୟ ଶୁଣାଇଛନ୍ତି।

କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ନେଇ ମାମଲା ଦାଏର କରାଯାଇଥିଲା ଏବଂ ଏଥିରେ ୫ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ ଆବେଦନ ହୋଇଥିଲା। କିନ୍ତୁ ହାଇକୋର୍ଟ ପକ୍ଷରୁ ଏହି ଆବେଦନକୁ ଖାରଜ କରିଦିଆଯାଇଛି।

- Advertisement -

ହାଇକୋର୍ଟ ପକ୍ଷରୁ କୁହାଯାଇଛି ଯେ  କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ୪ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ସରକାରଙ୍କ କୋଭିଡ ନିୟମାବଳୀରେ ହସ୍ତକ୍ଷେପ କରାଯାଇପାରିବ ନାହିଁ। ତେଣୁ ହାଇକୋର୍ଟ ପକ୍ଷରୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ନିଷ୍ପତ୍ତି ଏବେ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି।

 

ଅନ୍ୟପକ୍ଷରେ ହାଇକୋର୍ଟରୁ ନିରାଶ ହୋଇଥିବା ବାଲୁବଜାର ପୂଜା କମିଟି ଆଗକୁ କ’ଣ କରିବ, ସେ ନେଇ କିଛି ଜଣା ପଡ଼ିନାହିଁ। ଏହି କମିଟି ଆଗକୁ ସୁପ୍ରିମକୋର୍ଟ ଯିବ କି ନାହିଁ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଯାହା ସୂଚନା ମିଳିଛି, ସରକାରଙ୍କ କୋଭିଡ୍ ନିୟମାବଳୀ ମୁତାବକ ଏଥର ଦୁର୍ଗା ପୂଜା ହେବ। ଅର୍ଥାତ୍ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ  କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ୪ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ୪ ଫୁଟ୍ ମୂର୍ତ୍ତି ଉଚ୍ଚତା ନିଷ୍ପତ୍ତିକୁ କଟକ ଶାନ୍ତି କମିଟି ପକ୍ଷରୁ ବିରୋଧ କରାଯାଇଥିଲା। ଯାହା ପରେ ଶାନ୍ତି କମିଟି ରାଜ୍ୟ ସରକାରଙ୍କୁ ଏହାର ପୁନର୍ବିଚାର କରିବାକୁ କହିଥିଲା। ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରେ କାଏମ ରହିଥିଲେ ଏବଂ ମୂର୍ତ୍ତି ଉଚ୍ଚତା ବଢ଼ିବ ନାହିଁ ବୋଲି ନିଷ୍ପତ୍ତି ଶୁଣାଇଥିଲେ। ଯାହା ପରେ ଶାନ୍ତି କମିଟିର ବୈଠକରେ ଖୁବ୍ ହଙ୍ଗାମା ହୋଇଥିଲା। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କଟକର ଅନ୍ୟତମ ପୁରାତନ ପୂଜା କମିଟି ବାଲୁ ବଜାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories