www.samajalive.in
Thursday, December 11, 2025
16.1 C
Bhubaneswar

ନୂଆଖାଇ ଅବସରରେ ମିଶନଶକ୍ତି ଓ କଲ୍ୟାଣ ମଣ୍ଡପ ଗୃହ ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ନାପଡା ଠାରେ ସ୍ବେଛାସେବୀ ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ନିର୍ମାଣ ହୋଇଥିବା ପାଞ୍ଚଲକ୍ଷ ଟଙ୍କାର ମିଶନ ଶକ୍ତି ଓ କୋଡ଼ିଏ ଲକ୍ଷ ଟଙ୍କା ଅଟକଳରେ ନିର୍ମିତ କଲ୍ୟାଣ ମଣ୍ଡପ ଗୃହ ଉଦଘାଟିତ ହୋଇଛି। ଏହି ଅବସରରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥଲେ। ସରୋଜ ଦୀପଙ୍କ ସଭାପତିତ୍ବରେ ଆୟୋଜିତ ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ମୋହନ ସାହୁ, ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ରିତା ସାହୁ, ଉର୍କୁଳୁ ସାହୁ, ଦଖିଲ୍ ପ୍ରଧାନ ଓ କେ ସରସ୍ଵତୀ ମଞ୍ଚାଷୀନ ଥିଲେ।

ପ୍ରଥମେ ମାଆ ସମଲେଶ୍ଵରୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିବା ପରେ କଳାକାର ରମାକାନ୍ତ ହରିପାଲ ଓ ସାଥୀ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଯହ୍ନାପଡ଼ା ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବାଜୀ ବିଶି, ବିଶିଷ୍ଟ ସଂଚାର କଳାକାର ସ୍ବର୍ଗତ ବିଶାଖା ରଣାଙ୍କ ପରିବାର ବର୍ଗ, ମୂର୍ତ୍ତି କଳାକାର ସ୍ବର୍ଗତ ବିଦ୍ୟାଧର ପ୍ରଧାନଙ୍କ ପୁତ୍ର ହେମନ୍ତ ପ୍ରଧାନ, ଗ୍ରାମର ମେଧାବୀ ଛାତ୍ରୀ ପଲ୍ଲବୀ ପ୍ରଧାନ, ପୂର୍ବତନ ଛାତ୍ର ତଥା ନୂତନ ଭାବେ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଆକାଶ ତାଣ୍ଡିଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବିଧାୟିକା ଗ୍ରାମର ସମସ୍ତ ଅନୁଷ୍ଠାନ ନାଗରିକ କମିଟି, ନାଗବାଚା କମିଟି, ମହିଳା ଆର୍ଯ୍ୟସମାଜ, ଖୁଦୁରୁକୁଣୀ ଦଳ ଆଦିର ସଦସ୍ୟମାନଙ୍କୁ ସାକ୍ଷାତ କରି ସମସ୍ୟା ପଚାରି ବୁଝିବା ସହ ନୂଆଁଖାଇର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମକୁ ଅର୍ଜୁନ ପାଇକ, ସୁଶାନ୍ତ ପାଇକ, ସରୋଜ ଗଡତଆ, ସମାରୁ ପାଇକ, ବାଚସ୍ଵତି ପାଇକ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ଲାଲଜି ପାଇକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories