www.samajalive.in
Friday, December 12, 2025
26.1 C
Bhubaneswar

ଆସିବ ନାହିଁ କରୋନା ତୃତୀୟ ଲହର – ଏନସିଡିସି ମୁଖ୍ୟ

ନୂଆଦିଲ୍ଲୀ: କରୋନା ଭୂତାଣୁ ଏକ ଆଞ୍ଚଳିକ ରୋଗ ଭାବେ ସୀମିତ ରହିବାକୁ ଯାଉଛି। ଆଗାମୀ ୬ମାସ ମଧ୍ୟରେ କରୋନା ଭୂତାଣୁ ଏପରିସ୍ଥିତିକୁ ଆସିବ ବୋଲି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ନିର୍ଦେଶକ ସୁଜିତ ସିଂହ କହିଛନ୍ତି। କରୋନା ଭୂତାଣୁ ଅନେକ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରିଥିଲେ ମଧ୍ୟ ୬ମାସ ମଧ୍ୟରେ ଏହା ଆଞ୍ଚଳିକସ୍ଥିତିକୁ ଆସିବ। ଭାରତର ବିବିଧତା ଓ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିର ସ୍ଥିତି ଅନୁଯାୟୀ ବିଭିନ୍ନ ଅଞ୍ଚଳରେ କରୋନାର ସଂକ୍ରମଣ ଭିନ୍ନ ଭିନ୍ନ ରହିବ। ବିଭିନ୍ନ ସ୍ଥାନରେ କରୋନାର ସଂକ୍ରମଣ ହ୍ରାସ ଓ ବୃଦ୍ଧି ଲାଗି ରହିବ। ତେଣୁ ଏହା ଏକ ପ୍ରକାର ଆଞ୍ଚଳିକ ଭିତ୍ତିରେ ସୀମିତ ରହିବ। ଫଳରେ ଏହାର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିବ ଓ ଏହାର ପ୍ରଭାବ ହ୍ରାସ ପାଇବ।

ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଏହାର ଚାପ ସେତେଟା ପଡିବ ନାହିଁ। ତେବେ ସିଂହ କହିଛନ୍ତି ଯେ ଲୋକେ କରୋନା ସତର୍କତାକୁ ସର୍ବଦା ପାଳନ କରିବା ଦରକାର। ସେ କହିଛନ୍ତି ଯେ ଟିକା ହିଁ କରୋନା ଭୂତାଣୁ ବିରୋଧରେ ଲଢେଇ ପାଇଁ ବଡ ଅସ୍ତ୍ର। ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏପରି ପୂର୍ବାନୁମାନ କରିଥିଲା। ଅନ୍ୟପଟେ ତୃତୀୟ ଲହର ଆସିବା ନେଇ ଯେଉଁ ଆଶଙ୍କା କରାଯାଉଛି ତାକୁ ସିଂହ ଏକ ପ୍ରକାର ଏଡାଇ ଦେଇଛନ୍ତି। ନୂଆ ପ୍ରଜାତିର କରୋନା ଭୂତାଣୁ ଆସିଲେ ଦେଶରେ ତୃତୀୟ ଲହର ଆସିବ ବୋଲି କରାଯାଉଥିବା ଆଶଙ୍କାକୁ ସେ ଏଡାଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ନୂଆ ପ୍ରଜାତି ଦ୍ବାରା ତୃତୀୟ ଲହର ଆସିବା ସମ୍ଭବ ନୁହେଁ। କାରଣ ଟିକାକରଣ ଯୋଗୁଁ ସଂକ୍ରମଣର ବେଗ ହ୍ରାସ ପାଇବ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories