www.samajalive.in
Thursday, December 11, 2025
13.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଫାଇନାଲ ସେମିଷ୍ଟାର ଫଳ ପ୍ରକାଶିତ, ଆର.ରଚିତା ଲେଙ୍କା ବେଷ୍ଟ ଗ୍ରାଜୁଏଟ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆଜି ସନ୍ଧ୍ୟାରେ ଯୁକ୍ତ ତିନି ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ଫାଇନାଲ ସେମିଷ୍ଟାର ରେଗୁଲାର ଏବଂ ବ୍ୟାଙ୍କ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏହି ପରୀକ୍ଷା ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଅନଲାଇନ୍ ମାଧ୍ୟମରେ ଚଳିତ ବର୍ଷ ଅଗଷ୍ଟ ମାସ ୧୦ରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହୋଇଥିବା ପରୀକ୍ଷାର ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି। କଳାରେ ୧୪୮୧୪ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୧୪୬୭୩ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୧୪୬୩୦ ପାସ୍ ହୋଇଛନ୍ତି ଯାହା ୯୯.୭୧% ଅଟେ।

ସେହିପରି ବିଜ୍ଞାନରେ ୫୮୭୨ ପଞ୍ଜିକରଣ କରିଥିବା ବେଳେ ୫୮୩୮ ପରୀକ୍ଷା ଦେଇଥିଲେ। ୫୮୨୭ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି, ଯାହା ୯୯.୮୧% ଅଟେ। ବାଣିଜ୍ୟରେ ୧୧୪୧ ପଞ୍ଜିକରଣ କରିଥିବା ବେଳେ ୧୧୨୩ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୧୧୨୨ ପାସ୍ କରିଛନ୍ତି। ଯାହା ୯୯.୯୧% ରହିଥିବା ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।

- Advertisement -

ଆଜି ପରୀକ୍ଷା ଫଳ ପ୍ରକାଶନ ଅବସରରେ ପରୀକ୍ଷା ଫଳ ପୁସ୍ତିକାକୁ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଉନ୍ମୋଚନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ପ୍ରଦୀପ କୁମାର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀ, ସହକାରୀ ପରୀକ୍ଷା ନିୟନ୍ତ୍ରକ ଡ. ରଘୁନାଥ ପାତ୍ର, ଏବଂ ଡ. ସତ୍ୟବ୍ରତ ପାତ୍ର, ଉପ କୁଳସଚିବ ଡ.ବାବୁଜୀ ସାମଲ, ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର୍ ପ୍ରତାପ କୁମାର ମହାନ୍ତି, କଲେଜ ଉନ୍ନୟନ ପରିଷଦ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ, ଆଇକ୍ୟୁୁଏସିର ନିିିିର୍ଦ୍ଦେଶକ ପ୍ରଫେସର ମାନସ ପାତ୍ର, ସେକ୍ସନ ଅଫିସର ହେରେ କୃଷ୍ଣ ପାମୁଲୁ, ଅରବିନ୍ଦ ନାୟକ, ସୁରେନ୍ଦ୍ର ନାୟକ, ଦାନେଶୁ ରେଡି, ରାମ ନାରାୟଣ ସାହୁ, ଶ୍ରୀକାନ୍ତ ଦାଶ, ପ୍ରଶଂଜିତ ନାୟକ, ପ୍ରଦୀପ କୁମାର ନାୟକ, ମହେଶ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ କୁଳପତି ଏବଂ ପରୀକ୍ଷା ନିୟନ୍ତ୍ରକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିରବଚ୍ଛନ୍ନ ପ୍ରଚେଷ୍ଟାରେ ଠିକ ସମୟରେ ପରୀକ୍ଷା କରିବା ଓ ପରୀକ୍ଷା ଫଳ ପ୍ରକାଶ ହୋଇଥିବାରୁ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜର ଅଧକ୍ଷ, ଅଧକ୍ଷା ଏବଂ ପରୀକ୍ଷା ଦାୟିତ୍ୱ ରେ ଥିବା ସମସ୍ତ କର୍ମଚାରୀ ସୁଚାର ରୂପେ ପରିଚାଳନା ଓ ସହଯୋଗ କରି ବିଶ୍ୱବିଦ୍ୟାଳୟ ପ୍ରଥମେ ପରୀକ୍ଷାଫଳ ବାହାର କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ବେଷ୍ଟ ଗ୍ରାଜୁଏଟ ଭାବେ ବ୍ରହ୍ମପୁର ନିଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଆର.ରଚିତା ଲେଙ୍କା ୧୩୪୩ ରଖି ଟପ୍ପର ହୋଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories