ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଦାମାହୁଦା ଠାରୁ ଠାକୁରମୁଣ୍ଡା ରାସ୍ତାରୁ ତେଲନଦୀ ପୋଲ ଉପରେ ଦୁଇ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଆଜି ଅପରାହ୍ନରେ ଏହାକୁ ଖାତିର ନକରି ଜଣେ ବସ ଚାଳକ ଯାତ୍ରୀବାହୀ ବସକୁ ବିପଦ ପୂର୍ଣ୍ଣ ଭାବେ ଏହି ପୋଲ ଉପର ଦେଇ ଠାକୁରମୁଣ୍ଡା ନେଇଛନ୍ତି। ପାଦେ ପାଦେ ଅଘଟଣର ଆଶଙ୍କା ଥିଲେ ମଧ୍ୟେ ଚାଳକ ଜଣକ ଏପରି ପଦକ୍ଷେପ ନେଇଛନ୍ତି। ଗତ ୪ ଦିନ ଧରି ତେଲନଦୀ ସମେତ ଅନ୍ୟ କେତେକ ଛୋଟ ନଦୀରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେଉଥିବାରୁ କେତେକ ଘୋସରା ପୋଲ ଉପରେ ପାଣି ଚାଲିଥିବା ଜଣାପଡିଛି।
Popular Categories



