ବୌଦ୍ଧ: ବୌଦ୍ଧ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲକେବିକେ ପକ୍ଷରୁ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ସ୍ତରରେ ୩୦ ଗୋଟି ଅକ୍ସିଜେନ କନସେଣ୍ଟେଟର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପ୍ରଦାନ କରିଥିବା ବେଳେ, ପୁନଶ୍ଚ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫୦ ଗୋଟି ୪୬.୭ ଲିଟରର ଅକ୍ସିଜେନ ସିଲିଣ୍ଡର୍ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି। ଜିଲ୍ଲାରେ ଅକ୍ସିଜେନ ଯୋଗୁଁ କୌଣସି ସାଧାରଣ ଜନତା ହଇରାଣ ନ ହେବା ପାଇଁ ଏହା ଆମର ପ୍ରୟାସ ବୋଲି ଅନୁଷ୍ଠାନର ସମ୍ପାଦିକା ପୁଷ୍ପିତା ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଆଗକୁ ମଧ୍ୟ ଏନ-୯୫ ମାସ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ସିଏଚସି ସେଣ୍ଟର ହାଇସ୍କୁଲ ଏବଂ କଲେଜରେ ମାସ୍କ୍ ବଣ୍ଟନ କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦିକା ପୁଷ୍ପିତା ପ୍ରଧାନ କହିଛନ୍ତି।
Popular Categories



