www.samajalive.in
Tuesday, December 9, 2025
15.1 C
Bhubaneswar

ଇଡି, ସିବିଆଇ ଅଧିକାରୀ ହାଜର ହେବାକୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତିଙ୍କ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗର ବିଧାୟକମାନଙ୍କ ବିରୁଦ୍ଧରେ ବିଭିନ୍ନ ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଧାନସଭା ବାଚସ୍ପତିଙ୍କର ଅନୁମତି କାହିଁକି ନେଇନାହାନ୍ତି ତାହାର କାରଣ ଦର୍ଶାଇବାକୁ ବାଚସ୍ପତି ଉଭୟ ସିବିଆଇ ଏବଂ ଇଡି ଅଧିକାରୀମାନଙ୍କୁ କହିଛନ୍ତି। ଉଭୟ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀ ତାଙ୍କ ନିକଟରେ ସେପ୍ଟେମ୍ବର ୨୨ ତାରିଖ ଦିନ ହାଜର ହେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ବାଚସ୍ପତି ବିମାନ ବାନାର୍ଜୀ ସୋମବାର ଦିନ କହିଛନ୍ତି ଯେ ପଶ୍ଚିମବଙ୍ଗର ନିର୍ବାଚିତ ଲୋକ ପ୍ରତିନିଧିଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ଏବଂ ଆଇନଗତ ପଦକ୍ଷେପ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ଅବଗତ କରାଯାଇନାହିଁ କିମ୍ବା ଆଗୁଆ ତାଙ୍କର ଅନୁମୋଦନ ନିଆଯାଇନାହିଁ। ସୂଚନାଯୋଗ୍ୟ ଯେ ସିବିଆଇ ଏବଂ ଇଡି ପକ୍ଷରୁ ନିକଟରେ ତୃଣମୂଳ କଂଗ୍ରେସର ଏକାଧିକ ବିଧାୟକ, ମନ୍ତ୍ରୀଙ୍କ ବିରୁଦ୍ଧରେ ପୋଞ୍ଜି ଦୁର୍ନୀତି ଏବଂ ନାରଡା ଷ୍ଟିଙ୍ଗ ଅପରେସନ ମାମଲାରେ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରାଯିବା ସହିତ ସେମାନଙ୍କୁ ହାଜର ହେବାକୁ ଡକାଯାଇଛି। ତେବେ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତିଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇନଥିବାରୁ ବାଚସ୍ପତି କ୍ଷୁବ୍ଧ ହୋଇଛନ୍ତି। ଦୁଇ ସଂସ୍ଥାର ଅଧିକାରୀ ତାଙ୍କ ନିକଟରେ ହାଜର ହୋଇ କାରଣ ଦର୍ଶାଇବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories