www.samajalive.in
Sunday, December 14, 2025
23.1 C
Bhubaneswar

ଲଘୁଚାପ ଜନିତ ବର୍ଷା: ସହରରୁ ନିଷ୍କାସନ ହେଉନି ବର୍ଷା ଜଳ

ଗଞ୍ଜାମ: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଗଞ୍ଜାମ ସହରର ଅବସ୍ଥା ବେହାଲ ହୋଇଛି। ବିଭିନ୍ନ ୱାର୍ଡରେ ପାଣି ଜମି ରହିବା ସହ ଏକ ପ୍ରକାର କୃତିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ସହରରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବା ବେଳେ ସହରରୁବର୍ଷା ଓ ବନ୍ୟା ଜଳ ନିଷ୍କାସନ ପାଇଁ ଥିବା ମୁଖ୍ୟ ନାଳ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି।

ସୂଚନା ଯୋଗ୍ୟଯେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ରହିଥିବା ମୁଖ୍ୟ ନାଳ ଦୀର୍ଘ ଦିନ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଏହାର ପୁନଃରୁଦ୍ଧାରକାର୍ଯ୍ୟ ହେଇପାରୁନାହିଁ। ଫଳରେ ବର୍ତମାନ ବର୍ଷା ଦିନ ଯୋ ଗୁଁ ଅଧିକ ବର୍ଷା ହେଲେ ସହର ରୁ କିଭଳି ବର୍ଷା ଓ. ବନ୍ୟା ଜଳ ନିଷ୍କାସନ ହେ ବ ତାହା ଏବେ ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରଛି। ଏ ସମ୍ପର୍କେ ଲୋକ ମାନେ ବିଭିନ୍ନ ସମୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ଦେଖା ଦେଇଛି।

- Advertisement -

ଗଞ୍ଜାମ ସହର ରେ କେଉଁ ଆବାହନ କାଳରୁ ସହରରେ ରହିଛି ଏହି ମୁଖ୍ୟ ନାଳ। ଯଶୋଦା ମହିଳା ମହା ବିଦ୍ୟାଳୟ ଠାରୁ ଏହା ତ୍ରିବେଣୀ ମଠ ଛକ ପର୍ଯ୍ୟନ୍ତ ଯାଇଛି। ଏହା ପୁନଃରୁଦ୍ଧାର କାର୍ଯ୍ୟ ଗତ ୨୦୧୪ରେ ଆରମ୍ଭ ହୋଇଥିଲା କିନ୍ତୁ ଆଦ୍ୟାବିଧି ତାହା ହୋଇ ପାରିଲା ନାହିଁ। ଏପରକି ଗତ କିଛି ବର୍ଷ ହେଲା ଏହି ନାଳ ର ପୁନଃରୁଦ୍ଧାରକାର୍ଯ୍ୟ ପାଇଁ ଡ୍ରେନେଜ ବିଭାଗ କୁ ହସ୍ତାନ୍ତର କରାଯଇଥିଲା। ଏବଂ ସେତେବେଳେ ବହୁ ଉଚ୍ଚ ପଦାଧିକାରୀ ମଧ୍ୟ ଏହି ମୁଖ୍ୟ ନାଳ ର ଅବସ୍ଥା ସମ୍ପର୍କେ ଆସି ଅନୁଧ୍ୟାନ କରିଥିଲେ।  କିନ୍ତୁ ପରବର୍ତ୍ତୀ ସମୟରେ ତାହା ମଧ୍ୟ ହେଲା ନାହିଁ। ସେହିପରି ସହର ର ବିଭିନ୍ନ ସାହିରେ ଠିକ ଭାବେ ଡ୍ରେନ ନହେବାଯୋଗୁଁ ସେହି ସାହିର ପାଣି ମଧ୍ୟ ନିଷ୍କାସନ ହେଉନି। ଯାହାକୁ ନେଇ ଉକ୍ତ ସାହି ବାସିନ୍ଦା ମଧ୍ୟ ଅସୁବିଧାରେ ରହୁଛନ୍ତି।ଏହି ସବୁ ସମସ୍ୟା ର ସମାଧାନ ଯୁଦ୍ଧ କାଳୀନ ଭିତିରେ ହେବା ଦରକାର ବୋଲି ମତ ପ୍ରକlଶ ପାଉଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories