www.samajalive.in
Monday, December 8, 2025
27.1 C
Bhubaneswar

ପୋଖରୀରେ ପଡି ଯୁବତୀର ମୃତ୍ୟୁ

ବାସୁଦେବପୁର: ବାସୁଦେବପୁର ଥାନା ଅଧୁଆଁ ଗାଁରେ ଅଘଟଣ। ସକାଳେ ବାସନ ମାଜିବାକୁ ଯାଇଥିବା ବେଳେ ପୋଖରୀରେ ପଡ଼ି ମିନା ଦାସ ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ(୨୩)ଜଣକ ସୁବାସ ଦାସଙ୍କ ଝିଅ ବେଲି ସୂଚନା ମିଳିଛି। ଘରର ସକାଳ କାମ ସାରି ମିନା ପାଖ ପୋଖରୀକୁ ବାସନ ମାଜିବାକୁ ଯାଇଥିଲା। ବାସନ ଧୋଇବା ସମୟରେ ହଠାତ ପୋଖରୀ ଭିତରକୁ ଗୋଡ଼ ଖସି ଯିବାରୁ ପଡିଯାଇଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ପରିବାରଲୋକ ପୋଖରୀ ପାଖକୁ ଯାଇ ବାସନ ପଡିଥିବା ଦେଖି ମିନା ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ  କରିଥିଲେ। ପୋଖରୀରେ ଖୋଜିବା ପରେ ଅଚେତ ଅବସ୍ଥାରେ ତାକୁ ଉଦ୍ଧାର କରିଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ମିନାକୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ମିନାଙ୍କ  ମୃତ ଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇ ପଠାଇଥିଲେ। ଏ ସଂକ୍ରାନ୍ତରେ ବାସୁଦେବପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories