www.samajalive.in
Friday, December 12, 2025
27.1 C
Bhubaneswar

ଚାଇନାର ବିସ୍ତାରବାଦ ନୀତି ଆପଣେଇଛି ଆନ୍ଧ୍ର ପ୍ରଦେଶ

ରାୟଗଡ଼ : ଗଙ୍ଗବାଡ଼ରେ ଆନ୍ଧ୍ର ପ୍ରଦେଶ ଚାଇନାଙ୍କ ଭଳି ବିସ୍ତାରବାଦ ନୀତି ଆପଣେଇ ଓଡିଶା ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜିଲ୍ଲା ମାନଙ୍କରେ ନିଜର ଉପସ୍ଥିତ ଜାହିର କରୁଛି । ବେଳ ଥାଉ ଥାଉ ଓଡିଶା ସରକାର ସୀମା ବିବାଦର ଉଚିତ ପଦକ୍ଷେପ ନ ନେଲେ ସୀମାନ୍ତ ଅଂଚଳ ସବୁ ଆନ୍ଧ୍ର ହାତେଇବ।
ଓଡିଶା ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଂଚାୟତର ବହୁ ଅଂଚଳରେ ଆନ୍ଧ୍ର ପଶି ଉପସ୍ଥିତ ଜାହିର କରୁଛି। ଗତକାଲି ଗଙ୍ଗାବାଡ଼ର ମାଣିକପାଟଣା ଠାରେ ଆନ୍ଧ୍ର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଏସ ଆପଲ ରାଜୁଙ୍କ ସହ ଆନ୍ଧ୍ର ପ୍ରଶାସନ ଓ ପୁଲିସ ପହଂଚି ବିବାଦ ଯୋଗୁଁ ସିଲ ହୋଇଥବା ଆନ୍ଧ୍ର ଅଙ୍ଗନବାଡି କେନ୍ଦ୍ରକୁ ଖୋଲି ଅଙ୍ଗନବାଡି ପିଲା ମାନଙ୍କୁ ଅଣ୍ଡା ବାଣ୍ଟି ଥିଲେ। ଏହି ଖବର ଶୁଣି ମାଣିକପଟଣାକୁ ଗଜପତି ଜିଲ୍ଲା ଏଡିଏମ ଓ ରାୟଗଡ ବିଡିଓ ପହଂଚି ଥିବା ବେଳେ, ଏମାନଂକୁ ଦେଖି ରାଗରେ ନାଲିଆଖି ଦେଖାଇ ଏହି ସ୍ଥାନ ଆମର ଓ ତମେ କିଏ ଆମ କେନ୍ଦ୍ରକୁ ବନ୍ଦ କରିବାକୁ ବୋଲି କହି ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ ଓ ଗିରଫ କରାଯିବ ବୋଲି ଧମକ ଦେଇଥିଲେ। ଓଡିଶା ମାଟିରେ ଛିଡା ହୋଇ ଓଡିଶାର ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦେବା ଓ ଓଡିଶା ପ୍ରଶାସନିକ ଅଧକାରୀ ମନ୍ତ୍ରୀଙ୍କୁ ବୁଝାଉଥିବା ବେଳେ ମଧ୍ୟ ମନ୍ତ୍ରୀ ଏଡଇଏମଙ୍କ କଥାକୁ ନଶୁଣି ଚାଇନାର ବିସ୍ତାର ବାଦ ନୀତି ଆପଣେଇ ଧମକ ଚମକ ଦେଉଥିବା ଦେଖିବାକୁ ମିଳିଛି। ମନେ ହେଉଛି ଯେପରି ଭାରତ ଚୀନ ସୀମାରେ ଚୀନ ସେନା ବିସ୍ତାର ବାଦ ନୀତିରେ କାର୍ଯ୍ୟ କରେ ସେଭଳି ଏଠାରେ ଦେଖିବାକୁ ମେଳିଥିଲା।
ଏହି ପଂଚାୟତରେ ବହୁ ଦିନରୁ ସୀମା ବିବାଦ ଲାଗି ଥିବା ବେଳେ ଓଡିଶା ସରକାର କୌଣସି ସମାଧାନ ର ରାସ୍ତାବାହାର କରୁନାହାନ୍ତି।

ଗତ ତିତିଲି ବାତ୍ୟାରେ ଏହି ପଂଚାୟତରେ ଓଡ଼ିଶାସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତିତିଲି ବାତ୍ୟାରେ ସେଠାକାର ବାସିନ୍ଦା ମାନେ ଘର ଭଙ୍ଗା ଓ ଘର ତିଆରି କରିବାକୁ ଲକ୍ଷ ଲକ୍ଷ ଟଙ୍କା ଓଡିଶା ସରକାରଙ୍କ ଠାରୁ ପାଇଥିବା ବେଳେ ଆନ୍ଧ୍ର ସରକାର ଠାରୁ ସେତେବେଳେ କୌଣସି ସହାୟତା ପାଇନଥିଲେ। ହେଲେ କେତେକ ଆନ୍ଧ୍ର ଦଲାଲଙ୍କ କଥାରେ ପ୍ରଲୋଭିତ ହୋଇ ଆନ୍ଧ୍ରରେ ସେମାନଙ୍କ ଭୋଟର କାର୍ଡ ଓ ଆଧାର କାର୍ଡ କରିତଥିବା ଶୁଣିବାକୁ ମିଳୁଛି।​‌ ଫଳରେ ଦୁଇ ରାଜ୍ୟର ଯୋଜନାର ସୁଫଳ ପାଉଛନ୍ତି। କିଛିଲୋକ ଆନ୍ଧ୍ର ପ୍ରଦେଶକୁ ସମର୍ଥନ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କୁହାଯାଉଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories