www.samajalive.in
Tuesday, December 9, 2025
15.1 C
Bhubaneswar

ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଭାରତ ପାଇଁ ସିଧାସଳଖ ଚିନ୍ତାର କାରଣ- ତିରୁମୂର୍ତ୍ତି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସାମ୍ପ୍ରତିକ ଭୟଙ୍କର ଅସ୍ଥିର ପରିସ୍ଥିତି ଭାରତ ପାଇଁ ସିଧାସଳଖ ଚିନ୍ତାର କାରଣ ହୋଇଛି ବୋଲି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି ଏସ ତିରୁମୂର୍ତ୍ତି କହିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଏକ ବିତର୍କରେ ଭାଗନେଇ ତିରୁମୂର୍ତ୍ତି କହିଛନ୍ତି, ଆଫଗାନିସ୍ତାନର ପଡୋଶୀ ରାଷ୍ଟ୍ର ଏବଂ ଏହାର ଜନସାଧାରଣଙ୍କର ଏକ ବନ୍ଧୁ ରାଷ୍ଟ୍ର ଭାବରେ ସେଠାକାର ସାମ୍ପ୍ରତିକ ପରିସ୍ଥିତି ଆମପାଇଁ ସିଧାସଳଖ ଚିନ୍ତାଜନକ ହୋଇଛି। ଏଥିସହିତ ସେ କହିଥିଲେ ଯେ ଆଫଗାନ ଭୂଖଣ୍ଡକୁ ଅନ୍ୟ କୌଣସି ରାଷ୍ଟ୍ରକୁ ଧମକ ଦେବା ଅଥବା ଆକ୍ରମଣ କରିବା କିମ୍ବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଓ ସେମାନଙ୍କୁ ତାଲିମ ଦେବା, ତାଲିବାନ ଦ୍ୱାରା ଆତଙ୍କି କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଅନୁଚିତ।

ଆଫଗାନ ନାଗରିକଙ୍କୁ ବିଦେଶ ଯିବା ନିମନ୍ତେ ଅନୁମତି ଦିଆଯିବ ଏବଂ ସେଥିରେ ପ୍ରତିବନ୍ଧକ ରହିବ ନାହିଁ ବୋଲି ତାଲିବାନ ପକ୍ଷରୁ ଦିଆଯାଇଥିବା ବିବୃତିକୁ ସ୍ୱାଗତ କରି ତିରୁମୂର୍ତ୍ତି କହିଥିଲେ, ସେମାନେ ଏହି ପ୍ରତିଶ୍ରୁତି ପାଳନ କରିବା ଆଶା କରାଯାଉଛି। ଏଥିସହିତ ଆଫଗାନିସ୍ତାନରେ ରହୁଥିବା ସମସ୍ତ ବିଦେଶୀ ନାଗରିକ ଏବଂ ଆଫଗାନ ନାଗରିକଙ୍କୁ ସେଠାରୁ ନିରାପଦ, ସୁରକ୍ଷିତ ଏବଂ ବ୍ୟବସ୍ଥିତ ଭାବରେ ବିଦେଶ ଯିବାକୁ ତାଲିବାନ ସୁଯୋଗ ଦେବା ଆଶା କରାଯାଉଛି। ଗତ ଦଶନ୍ଧିରେ ଆଫଗାନିସ୍ତାନ ପ୍ରତି ଭାରତର ଅବଦାନ ସମ୍ପର୍କରେ ଉଲ୍ଲେଖକରି ତିରୁମୂର୍ତ୍ତି କହିଥିଲେ, ଉକ୍ତ ରାଷ୍ଟ୍ରରେ ଶକ୍ତି, ଜଳ ଯୋଗାଣ, ସଡକ ସଂଯୋଗୀକରଣ, ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି ଓ ଦକ୍ଷତା ନିର୍ମାଣ ଆଦି କ୍ଷେତ୍ରରେ ଅନେକ ବିକାଶମୂଳକ ପ୍ରକଳ୍ପ ହାତକୁ ନିଆଯାଇଛି। ଆଫଗାନ ଜନସାଧାରଣଙ୍କ କଲ୍ୟାଣ ଓ ବିକାଶ ଉପରେ ଭାରତ ଗୁରୁତ୍ୱ ଦେଇଆସିଛି। ଆଫଗାନିସ୍ତାନର ୩୪ଟି ପ୍ରଦେଶ ମଧ୍ୟରୁ ପ୍ରତ୍ୟେକ ପ୍ରଦେଶରେ ଭାରତର ବିକାଶମୂଳକ କାର୍ଯ୍ୟକ୍ରମ ଚାଲିଛି ଏବଂ ସେଠାରେ ଏହା ୫୦୦ରୁ ଅଧିକ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories