www.samajalive.in
Saturday, December 13, 2025
27.1 C
Bhubaneswar

ଅଟୋ ଭଡା ଠାରୁ ଶସ୍ତା ବିମାନ ଯାତ୍ରା, କେନ୍ଦ୍ରମନ୍ତ୍ରୀଙ୍କ ହିସାବ

ନୂଆଦିଲ୍ଲୀ: ବିମାନ ଯାତ୍ରାଠାରୁ ମହଙ୍ଗା ଅଟୋ ଭଡା । କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ଏଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିମାନ ଯାତ୍ରା କରିବା ଅଟୋ ଭଡା ଠାରୁ ଶସ୍ତା । ଏହାକୁ ମନ୍ତ୍ରୀ ହିସାବରେ ମଧ୍ୟ ବୁଝାଇଛନ୍ତି ।

ଅଟୋରିକ୍ସାରେ କିଲୋମିଟର ପ୍ରତି ଭଡା ୧୦ ଟଙ୍କା । ଅର୍ଥାତ୍ ଜଣେ ବ୍ୟକ୍ତିଙ୍କୁ ୫ଟଙ୍କା ଏକ କିମି ପ୍ରତି ଦେବାକୁ ପଡିଥାଏ । ମନ୍ତ୍ରୀଙ୍କ କହିବାନୁଯାୟୀ ବିମାନ ଯାତ୍ରାରେ କିମି ପ୍ରତି ଭଡା ଏହାଠାରୁ ବି ଶସ୍ତା ହୋଇଥାଏ । ଏଏନଆଇ ସୂଚନା ଅନୁଯାୟୀ, ବିମାନରେ ଭଡା କିମି ପ୍ରତି ମାତ୍ର ୪ ଟଙ୍କା ବୋଲି ମନ୍ତ୍ରୀ ସେପ୍ଟମ୍ବର ୩ରେ କହିଛନ୍ତି । ଯାହା ଅଟୋରିକ୍ସା ଭଡାଠାରୁ ବି ଆହୁରି ଶସ୍ତା ।

- Advertisement -

ଅଟୋରେ ଦୂର ସ୍ଥାନକୁ ଯାତ୍ରା କରିବା ସମ୍ଭବ ନୁହେଁ। ତେଣୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ହେଲେ ଲୋକେ ଟ୍ରେନ ବା ବସରେ ଯାତ୍ରା କରିଥାନ୍ତି । କିନ୍ତୁ ମନ୍ତ୍ରୀ ବସ ବା ଟ୍ରେନ ସହ ତୁଳନା ନ କରି ଅଟୋ ସହ ବିମାନ ଯାତ୍ରାର ତୁଳନା କରିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରୁ ପାଟନାର ଦୂରତା ପ୍ରାୟ ୧୧୦୦ କିମି । କିଲୋମିଟର ପ୍ରତି ୪ ଟଙ୍କା ଭଡା ହିସାବରେ ବିମାନରେ ଯାତ୍ରା କଲେ ୪୪୦୦ ଟଙ୍କା ହେବ । କିନ୍ତୁ ଟ୍ରେନରେ ଯାତ୍ରା କଲେ ମାତ୍ର ୪୯୦ ଟଙ୍କା ଓ ତୃତୀୟ ଏସିରେ ଯାତ୍ରା କଲେ ୧୩୦୫ ଟଙ୍କା ଭଡା ହେବ ।

ସେହିପରି ଅଟୋରେ ଯାତ୍ରା କଲେ ଦିଲ୍ଲୀରୁ ପାଟନା ୧୦ ଟଙ୍କା ହିସାବରେ ୧୧୦୦୦ ଟଙ୍କା ଭଡା ପଡିବ । ଜଣେ ବ୍ୟକ୍ତିଙ୍କୁ ୫୫୦୦ ଟଙ୍କା ଲେଖାଏଁ ଅଟୋ ଭଡା ଦେବାକୁ ପଡିବ ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories