www.samajalive.in
Sunday, December 7, 2025
16.1 C
Bhubaneswar

ଘରେ ପାଳନ୍ତୁ ଏହି ମାଛ : ପାଖ ପଶିବେନି ପ୍ରାଣଘାତୀ ମଶା

ସାଧାରଣତଃ ଆପଣ ମାଛ ଖାଇବାର ଉପକାରିତା ବିଷୟରେ ବହୁତ ଶୁଣିଥିବେ। ହେଲେ ମାଛକୁ ଘରେ ପାଳିବା ଦ୍ୱାରା ମଧ୍ୟ କମ୍‍ ଲାଭ ହୋଇନଥାଏ। ମାଛ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଏହାକୁ ପାଳିବା ଦ୍ୱାରା ମଧ୍ୟ ବହୁ ରୋଗ ଦୂର ହୋଇଥାଏ। ଏପରି ଏକ ପ୍ରକାର ମାଛ ଅଛି ଯାହାକୁ ପାଳିବା ଦ୍ୱାରା ରୋଗ ତ ଦୂରର କଥା ଡ଼େଙ୍ଗୁ, ମ୍ୟାଲେରିଆର ବାହକ ମଶାମାନେ ମଧ୍ୟ ଏହି ମାଛକୁ ଭୟ କରିଥାଆନ୍ତି। ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ଗମ୍ବୁସିୟା ନାମକ ଏକ ମାଛର ବିଶେଷତ୍ୱ ହେଉଛି, ଏହା ପାଣିରେ ଜନ୍ମୁଥିବା ମଶାଙ୍କ ଲାର୍ଭାକୁ ଖାଇ ଦେଇଥାଏ। ଯାହାଦ୍ୱାରା ମ୍ୟାଲେରିଆ, ଡ଼େଙ୍ଗୁ ଓ ଚିକନ୍‍ଗୁନିଆ ମଶା ଜନ୍ମ ହିଁ ହୋଇପାରନ୍ତି ନାହିଁ। ଡ଼େଙ୍ଗୁ ଓ ଚିକନ୍‍ଗୁନିଆ ଭଳି ପ୍ରାଣଘାତୀ ରୋଗକୁ ରୋକିବା ପାଇଁ ସରକାର ବହୁତ ପ୍ରଚେଷ୍ଟା ଚଳାଇଛନ୍ତି ଓ ଏ ନେଇ ବହୁ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହାଛଡ଼ା ସରକାର ଜୈବିକ ପ୍ରଣାଳୀରେ ମଧ୍ୟ ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଚେଷ୍ଟା କରିଛନ୍ତି।
ଗମ୍ବୁସିୟା ମାଛ ସଫା ପାଣିରେ ରହିଥାଏ। ଏହା ଜଳର ଉପର ସ୍ତରରେ ରହେ, ଯେଉଁଠି ମଶା ଲାର୍ଭା ରହିଥାଏ। ଗୋଟିଏ ଗମ୍ବୁସିୟା ମାଛ ପ୍ରତ୍ୟେକ ଦିନ ୧୦୦ ରୁ ୩୦୦ ଲାର୍ଭା ଖାଇଥାଏ। ଏହାର ଆକାର ଛୋଟ(୪.୫ ସେମି-୬.୮ ସେମି) ହୋଇଥିବାରୁ ଏହାକୁ ଆକ୍ୱାରିୟମ୍‍ରେ ମଧ୍ୟ ରଖିହେବ। ପ୍ରସିଦ୍ଧ କୀଟ ବିଜ୍ଞାନୀ ବବିତା ବିଷ୍ଟ୍‍ଙ୍କ କହିବା ଅନୁସାରେ, ଗମ୍ବୁସିୟା ମ୍ୟାଲେରିଆକୁ ରୋକିବାରେ ବହୁତ ସାହାୟକ ହୋଇଥାଏ। ୨୦୨୦ ସୁଦ୍ଧା ଦିଲ୍ଲୀରୁ ଓ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ଭାରତରୁ ମ୍ୟାଲେରିଆର ମୂଳୋତ୍ପାଟନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ତେବେ ଏହି ମାଛ ଡ଼େଙ୍ଗୁ ମଶାକୁ ନଷ୍ଟ କରିବାରେ ଏତେ ପାରଙ୍ଗମ ହୋଇପାରି ନାହିଁ। କାରଣ ଡ଼େଙ୍ଗୁ ମଶା ମଫା ସ୍ଥାନରେ ରହିଥାଆନ୍ତି ଯେପରିକି କୁଲର, ଏସି, ପାଣି ରହୁଥିବା ବଡ଼ ବାସନ ଯେଉଁଠାରେ କି ଗମ୍ବୁସିୟାକୁ ପାଳିବା ସମ୍ଭବ ନୁହେଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories