www.samajalive.in
Sunday, December 7, 2025
23.1 C
Bhubaneswar

ବନ୍ଧୁ ମିଳନ ଓ ସମ୍ମାନ ସମାରୋହ

ବେଗୁନିଆ: ୧୯୮୬ ମସିହା ମାଟ୍ରିକ ବ୍ୟାଚ ଡିଙ୍ଗର ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ ଓ ଗୁରୁ ସମ୍ମାନ ସମାରୋହ ମା’ବରମୂଳେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷ ଜାନକୀ ସ୍ୱାଇଁ ଏହାକୁ ଉଦଘାଟନ କରିଥିଲେ । ଅଧ୍ୟାପକ ରମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭା କାର୍ୟ୍ୟରେ ଶିକ୍ଷକ ଅଖିଳେଶପ୍ରସାଦ ମହାପାତ୍ର ସଂଯୋଜନା କରିଥିଲେ । ସୁବାଷ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦେବୀ ପ୍ରସାଦ ଦାସ, ପ୍ରଦୀପ ପ୍ରଧାନ, ଦୈତାରି ନିଷଙ୍କ, ବିଜୟଲଷ୍ମୀ ବେହେରା, ବାସନ୍ତୀ ସାହୁ ,ବିପିନବିହାରି ବେହେରା ପ୍ରମୁଖ ଗୁରୁଙ୍କ ଗୁଣ ଗାନ କରିଥିଲେ । ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ପ୍ରହରାଜ ଏବଂ ରାଜକିଶୋର ପାଣିଗ୍ରାହୀ ଙ୍କୁ ଗୁରୁ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶିକ୍ଷକ ସ୍ମୃତିରେ ତାଙ୍କର ପୁତ୍ର ଶିବ ପ୍ରସାଦ ଦାସଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା । ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଜ୍ୟୋତି ମିଶ୍ର, ପ୍ରଭାକର ସାହୁ, ଉପେନ୍ଦ୍ରନାଥ ସାହୁ, ଶରତକୁମାରପଣ୍ଡା, ବିବେକାନନ୍ଦ ପଟ୍ଟନାୟକ, ଅତିଶ ରଞ୍ଜନ ସୁବୁଦ୍ଧି ଓ ବ୍ରଜବନ୍ଧୁ ଦାସଙ୍କୁ ମାନପତ୍ର ପୂର୍ବକ ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ମା’ ବରମୂଳେଇଙ୍କ ପୀଠରେ ବୃକ୍ଷରୋପଣ କାର୍ଯ୍ୟ କରାଯାଇଥିଲା ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories