www.samajalive.in
Sunday, December 7, 2025
14.1 C
Bhubaneswar

ଖୋର୍ଦ୍ଧା ଜିଲ୍ଲା ଆଦିବାସୀ ମହାସଭାର ୭ମ ସମ୍ମିଳନୀ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଛିମାପଲ୍ଲୀ ଗ୍ରାମରେ ଆଜି ଖୋର୍ଦ୍ଧା ଜିଲ୍ଲା ଆଦିବାସୀ ମହାସଂଘର ୭ମ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରାଜକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଭାବେ କମ୍ୟୁନିଷ୍ଟ ନେତା ତଥା ଉପଦେଷ୍ଟା ବସନ୍ତକୁମାର ପାଇକରାୟ ଉଦଘାଟନ କରି ଜମି, ଜଳ ଓ ଜଙ୍ଗଲର ଅଧିକାର ପାଇଁ ବ୍ୟାପକ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ସତୀଶ ମିଶ୍ର ଏକ ଶୋଷଣହୀନ ସମାଜ ପ୍ରତିଷ୍ଠା କରିବା ପାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭରତ ପାଣିଗ୍ରାହୀ, ସମାଜସେବୀ ପ୍ରଶାନ୍ତ ପାଇକରାୟ, ଅଶୋକ ସାହୁ, ସନାତନ ମାଝି, ଧନେଶ୍ୱର ମାର୍ଥ।, ବସନ୍ତ ସେଠୀ, ଲୋଚନ ଭଞ୍ଜ, କେଳୁ ଦେହୁରୀ, ବାଳକୃଷ୍ଣ ନାୟକ, ସିନିବାସ ମାନସିଂହ, ପଦ୍ମଚରଣ ପାତ୍ର ଏବଂ ବଳଭଦ୍ର ମହାପାତ୍ର ପ୍ରମୁଖ ଉଦବୋଧନ ଦେଇଥିଲେ ।ଶେଷରେ ବୈକୁଣ୍ଠ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories