www.samajalive.in
Sunday, December 14, 2025
26.1 C
Bhubaneswar

ମା’ ଭୈରବୀଙ୍କ ଠାରେ ସପ୍ତପୂରୀ ଅମାବାସ୍ୟାରେ ସ୍ୱତନ୍ତ୍ର ପୂଜା

ବୌଦ୍ଧ: ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ପରମ୍ପରା ପ୍ରକାରେ ସପ୍ତପୂରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଅଛି। ସକାଳୁ ମା’ ଭୈରବୀଙ୍କ ନିତିକାନ୍ତି ଅନୁଷ୍ଠିତ ହେବାପରେ ସ୍ୱତନ୍ତ୍ର ବେଶ କରାଯାଇ ଅମାବାସ୍ୟା ର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା। ମା’ଙ୍କ ଠାରେ ମାଟି ନିର୍ମିତ ଘୋଢ଼ା ସ୍ଥାପନା କରାଯାଇ ପିଠା ଭୋଗ ଳାଗି କରାଯାଇଥିଲା। ଏହା ସହ ନୂତନ ଚାଙ୍ଗୁଡିରେ ମାଟିପାତ୍ରରେ ବିଭିନ୍ନ ଶସ୍ୟ ଆଦି ଲାଗି କରାଯାଇଥିଲା। ପାଳିଆ ପୂଜକ ସାନନ୍ଦ ବଡମାଳି ଓ ଅନ୍ୟ ପୂଜକ ମାନେ ପୂଜାକାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ। ଏହି ଅବସରରେ ବହୁସଂଖ୍ୟାରେ ଭକ୍ତମାନେ ଉପସ୍ଥିତ ରହିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories