www.samajalive.in
Sunday, December 14, 2025
26.1 C
Bhubaneswar

କୁଷ୍ଠରୋଗୀଙ୍କ ଗହଣରେ ଜନ୍ମଦିନ ପାଳନ

ବୌଦ୍ଧ: ଜନ୍ୱଦିନ ହେଉ କିମ୍ବା ବିବାହବାର୍ଷିକୀ ଖୁବ ଧୁମଧାମରେ ସାଙ୍ଗ ସାଥୀଙ୍କ ଗହଣରେ ପାଳନ କରିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି। କିଏ ମନ୍ଦିର ଯାଇ ଠାକୁରଙ୍କ ନିକଟରେ ଜବୀନର ଖୁସି ପାଇଁ ପ୍ରାର୍ଥନା କରିଥାଏ ତ ଆଉ କିଏ ଭୋଜିଭାତର ଆସର ଜମାଇ ଏହି ବିଶେଷ ଦିନକୁ ସ୍ମରଣୀୟ କରିଥାଏ। କିନ୍ତୁ ବୌଦ୍ଧଜିଲା ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମପଞ୍ଚାୟତର ସରପଞ୍ଚ ବିଦ୍ୟାଧର ସ୍ୱାଇଁଙ୍କ ପୁଅ ମାନସ ରଂଜନ ସ୍ୱାଇଁ ସମାଜ ଓ ପରିବାର ଦ୍ୱାରା ଅବହେଳିତ ହୋଇ କୁଷ୍ଠାଶ୍ରମରେ ଅନ୍ତିମ ଜୀବନ କାଟୁଥିବା ଅନ୍ତେବାସୀଙ୍କ ଗହଣରେ ନିଜର ଜନ୍ମଦିନ ପାଳନ କରିଛନ୍ତି। କମିରା ଗ୍ରାମର ବାସୀନ୍ଦା ଶ୍ରୀସ୍ୱାଇଁ ତାଙ୍କର ଜନ୍ମଦିନ ଅବସରରେ ବୌଦ୍ଧ କୁଷ୍ଠାଶ୍ରମରେ ପହଁଞ୍ଚି ଅନ୍ତେବାସୀମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିବା ସହିତ ସମସ୍ତଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଓ ଶିତଦିନ ଆସୁଥିବାରୁ ଚାଦର ପ୍ରଦାନ କରିଥିଲେ। କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ମଧ୍ୟରେ ମୁଣ୍ଡାପଡା ପଞ୍ଚାୟତର ଜଣେ ବୃଦ୍ଧ ରହୁଥିବାରୁ ସରପଞ୍ଚ ଶ୍ରୀସ୍ୱାଇଁ ପ୍ରତିମାସରେ ନିଜେ ତାଙ୍କ ପାଇଁ ଭତ୍ତା ଓ ଚାଉଳ ନିଜ ଖର୍ଚ୍ଚରେ ମଧ୍ୟ ପହଞ୍ଚାଉଥିବା ଜଣାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories