www.samajalive.in
Saturday, December 13, 2025
26.1 C
Bhubaneswar

୯୦ଲିଟର ମଦ ସହ ୩ ଗିରଫ

ଆଠଗଡ/ତିଗିରିଆ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ତିଗିରିଆ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୯୦ଲିଟର ଚୋରା ଦେଶୀମଦ ଜବତ ସହ ବିକ୍ରୟ କରୁଥିବା ୩ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଘୋଳପୁରର ସନ୍ତୋଷ ବେହେରାଙ୍କ ଠାରୁ ୪୦ଲିଟର, ପାଞ୍ଚଗାଁର ଦିଜବର ପ୍ରଧାନଙ୍କ ଠାରୁ ୧୦ଲିଟର ଏବଂ ନୂଆପାଟଣା ବାଲିସାହିର କାର୍ତ୍ତିକ ପ୍ରଧାନଙ୍କ ଠାରୁ ୪୦ଲିଟର ଚୋରା ଦେଶୀମଦ ଜବତ କରାଯାଇଥିଲା।

ଅଭିଯୁକ୍ତ ୩ଜଣଙ୍କୁ ତିଗିରିଆ ଜେଏମଏଫସି ଅଦାଲତରେ ହାଜର କରାଯିବା ପରେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ କାରାଗାର ହାଜତକୁ ପଠାଯାଇଛି। ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ସହକାରୀ ନିରୀକ୍ଷକ ବିଜୟ କୁମାର ଭଞ୍ଜ, ଉପସହକାରୀ ନିରୀକ୍ଷକ ଦେବାନନ୍ଦ ଭୂୟାଁ, କନେଷ୍ଟବଳ ଦୁଷ୍ମନ୍ତ ବସନ୍ତରା, ମନୋଜ ଖାଲ୍‍କା ଓ ସାଇମଲ ଟୁଡୁ ପ୍ରମୁଖ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories