www.samajalive.in
Saturday, December 13, 2025
26.1 C
Bhubaneswar

କାବୁଲରେ ପାକ୍ ବିରୋଧୀଙ୍କ ଉପରେ ତାଲିବାନର ଆଖିବୁଜା ଗୁଳିମାଡ, ୩ ଘଣ୍ଟା ପରେ ସାମ୍ବାଦିକ ମୁକ୍ତ

ତାଲିବାନ ବଳପୂର୍ବକ ଶାସନ ଅକ୍ତିଆର କରିବାର ତିନି ସପ୍ତାହ ପରେ ଆଫଗାନିସ୍ତାନ ମାମଲାରେ ପାକିସ୍ତାନ ହସ୍ତକ୍ଷେପ କରୁଛି ବୋଲି ବିରୋଧ କରି ଆଜି ଶହ ଶହ କାବୁଲ ବାସିନ୍ଦା ପ୍ରଦର୍ଶନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସ୍ଥାନୀୟ ସାମ୍ବାଦିକଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିବା ଭିଡିଓରେ ପ୍ରଦର୍ଶନକାରୀମାନେ ‘ପାକିସ୍ତାନକୁ ମୃତ୍ୟୁ’, ‘ଆମେ ପାକିସ୍ତାନୀ ଚାବିଦିଆ କଣ୍ଢେଇ ସରକାର ଚାହୁଁ ନାହୁଁ’ ଏବଂ ‘ପାକିସ୍ଥାନ, ଆଫଗାନିସ୍ତାନ ଛାଡ’ ଭଳି ସ୍ଲୋଗାନ ଦେଉଥିବା ଶୁଣିବାକୁ ମିଳିଥିଲା। ସମ୍ବାଦ ସରବରାହ ସଂସ୍ଥା ଏଏଫପି ଅନୁଯାୟୀ ବିରୋଧ ପ୍ରଦର୍ଶନ କରୁଥିବା ଲୋକମାନଙ୍କୁ ଘଉଡାଇବା ପାଇଁ ତାଲିବାନ ପକ୍ଷରୁ ଫାଙ୍କା ଗୁଳି ଚାଳନା କରାଯାଇଛି।

ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଆତଙ୍କୀ ଗୋଷ୍ଠୀକୁ ସମର୍ଥନ କରୁଥିବା ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ତାଲିବାନ ସହିତ କାମ କରୁଥିବା ତଥା ସେଠାରେ ନୂଆ ସରକାର ଗଠନ ପାଇଁ ଯୋଜନା କରୁଥିବା ଜଣାପଡିଛି।

- Advertisement -

ଆସବାକା ନ୍ୟୁଜ୍ ଏଜେନ୍ସି ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ କ୍ଲିପ୍‌ରେ ଆତଙ୍କିତ ହୋଇପଡିଥିବା ଜଣେ ମହିଳା କହିଛନ୍ତି ଯେ ଇସଲାମ ସରକାର ଆମର ଗରିବ ଲୋକଙ୍କ ଉପରେ ଗୁଳି ଚଳାଉଛନ୍ତି। ଏହି ଲୋକମାନେ (ତାଲିବାନ) ଅତ୍ୟନ୍ତ ନିଷ୍ଠୁର ଏବଂ ସେମାନେ ଆଦୌ ମଣିଷ ନୁହଁନ୍ତି ବୋଲି ସେ କହିଛନ୍ତି।


ଟୋଲୋ ନିୟୁଜ ଅନୁଯାୟୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା କେତେକ ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଗିରଫ ହୋଇଥିବା ଜଣେ କ୍ୟାମେରା ମ୍ୟାନଙ୍କୁ ୩ ଘଣ୍ଟା ଅଟକ ରଖିବା ପରେ ତାଲିବାନ ତାଙ୍କୁ ମୁକ୍ତ କରିଥିବା ଜଣାପଡିଛି। ସଶସ୍ତ୍ର ଗୋଷ୍ଠୀ ଏପର୍ଯ୍ୟନ୍ତ ସରକାର ଘୋଷଣା କରିନାହାଁନ୍ତି, କିନ୍ତୁ ମିଳିତ ଜାତିସଂଘର ଆତଙ୍କବାଦୀ ତାଲିକାରେ ଥିବା ଅଳ୍ପ ଜଣାଶୁଣା ତାଲିବାନ ନେତା ମୁଲ୍ଲା ମହମ୍ମଦ ହସନ ଆଖୁଣ୍ଡ ଆଫଗାନିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories