www.samajalive.in
Monday, December 8, 2025
17.1 C
Bhubaneswar

ଗ୍ରାମଦେବୀ ମନ୍ଦିରରୁ ଅଳଙ୍କାର ଲୁଟ୍‌; ସପ୍ତାହରେ ଦୁଇଟି ବଡ଼ ଧରଣର ଲୁଟ୍‌ ପରେ ବି ପୁଲିସ ହାତ ଖାଲି

ଗୁଣୁପୁର: ରାତି ଅଧରେ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ରାୟଗଡା ଜିଲ୍ଲା ଗୁଣୁପୁର ଗ୍ରାମଦେବୀଙ୍କ ମନ୍ଦିରରୁ ମା’ଙ୍କ ଲାଗି ହେଉଥିବା ସୁନା ଓ ରୁପା ଅଳଙ୍କାର ସବୁ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଆଜି ସକାଳୁ ମନ୍ଦିର ପୂଜକ ପୂଜା କରିବାକୁ ଗଲାବେଳେ କବାଟ ଭଙ୍ଗାଯାଇ ଥିବା ଓ ମା’ଙ୍କ ଅଳଙ୍କାର ସବୁ ନ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଏନେଇ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ ପୂଜକ। ପ୍ରାୟ ୩ ଭରି ସୁନା ଓ ଅଧିକ ପରିମାଣର ରୁପା ଅଳଙ୍କାର ଚୋରୀ ହୋଇଥିବା ଜଣାପଡିଛି। ଦୁର୍ବୃତ୍ତମାନେ ମନ୍ଦିରର ବିଦ୍ୟୁତ ସଂଯୋଗ ବିଛିନ୍ନ କରି, କବାଟ ଭାଙ୍ଗି ଅଳଙ୍କାର ଲୁଟି ନେଇଥିବା ପୂଜକ କହିଛନ୍ତି। ଅଭିଯୋଗ ପାଇ ଗୁଣୁପୁର ପୁଲିସ ଘଟଣାସ୍ଥଳରେ ଅନୁସନ୍ଧାନ କରୁଛି। ଦେବତ୍ତୋର ବିଭାଗ ଅଧୀନରେ ଥାଇ ମଧ୍ୟ ମନ୍ଦିର ଗୁଡିକ ଅସୁରକ୍ଷିତ ହୋଇ ପଡ଼ିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଗତ କିଛି ଦିନ ପୂର୍ବରୁ ବାବୁଲି ନଗର ଅଞ୍ଚଳରେ ମଧ୍ୟ ଦିନ ଦି ପହରେ ଦୁର୍ବୃତ୍ତ ମାନେ ଜଣେ ଅବସର ପ୍ରାପ୍ତ କର୍ମଚାରୀଙ୍କ ଘରୁ ବଡ଼ ଧରଣର ଲୁଟପାଟ କରିଥିଲେ ସୁଦ୍ଧା ପୋଲିସ ଦୁର୍ବୃତ୍ତକୁ ଗିରଫ କରିବାରେ ବିଫଳ ହୋଇଛି। ବର୍ତ୍ତମାନ ସହରରେ ଚୋରି ଡକାୟତି ବଢିଚାଲିଥିବା ବେଳେ ପୋଲିସର ସ୍ଥାଣୁତା ଓ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି। ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଲୋକଙ୍କ ଧନ ଜୀବନ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବାକୁ ଦାବୀ ହୋଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories