www.samajalive.in
Sunday, December 14, 2025
26.1 C
Bhubaneswar

ଅନାବନା ଗଛଲତାରେ ପୋତି ହୋଇଗଲାଣି ବଡ଼ଡୁମୁରିଆ ଗ୍ରାମସେବକ କାର୍ଯ୍ୟାଳୟ

ଝୁମ୍ପୁରା: ସଂପ୍ରତି ସରକାର ଚାଷୀମାନଙ୍କ ଚାଷର ହେଉଥିବା ରୋଗପୋକକୁ ଦମନ କରିବା ପାଇଁ ପରାମର୍ଶ ଦେବା ସହିତ ଚାଷୀମାନେ କେଉଁ ସମୟରେ କେଉଁ ଚାଷ କରିବେ, କେଉଁ ପ୍ରଣାଳୀରେ ଚାଷ କଲେ ଅଧିକ ଲାଭବାନ ହୋଇ ପାରିବେ ତାର ପରାମର୍ଶ ଦେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତ ନିମନ୍ତେ ଜଣେ ଜଣେ ଗ୍ରାମସେବକ ନିଯୁକ୍ତି କରିଛନ୍ତି। ଝୁମ୍ପୁରା ବ୍ଲକର ବଡ଼ଡୁମୁରିଆ ପଞ୍ଚାୟତ ଚାଷୀମାନଙ୍କୁ ପରାମର୍ଶ ଦେବା ପାଇଁ ଜଣେ ଗ୍ରାମସେବକ ନିଯୁକ୍ତ କରିଛନ୍ତି। ଗ୍ରାମସେବକ ରହିବା ଏବଂ ତାଙ୍କ କାର୍ଯ୍ୟକରିବା ପାଇଁ ବଡ଼ଡୁମୁରିଆଠାରେ ଏକ କାର୍ଯ୍ୟାଳୟ ମଧ୍ୟ ରହିଛି। ବଡ଼ଡୁମୁରିଆ ଗ୍ରାମସେବକ କାର୍ଯ୍ୟାଳୟରେ ନିଯୁକ୍ତି ହୋଇଥିବା ଅଧିକାରୀ ଜଣକ ଏଠାରେ ରହି କାର୍ଯ୍ୟକରିବା ପାଇଁ ନିର୍ମାଣ ହୋଇଥିବା କାର୍ଯ୍ୟାଳୟଟି ଖୋଲା ଯାଉ ନ ଥିବାରୁ କାର୍ଯ୍ୟାଳୟ ଚାରି ପାଖରେ ଅନାବନା ଘାସ ଲତା ଉଠି ପୋତି ହୋଇଯାଇଛି। ସରକାର ଅଧିକାରୀ ମାନଙ୍କ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କାର୍ଯ୍ୟାଳୟ ଖୋଲୁଛନ୍ତି ସତ କିନ୍ତୁ କାର୍ଯ୍ୟାଳୟ ପାଇଁ ନିଯୁକ୍ତି ହୋଇଥିବା ଅଧିକାରୀମାନେ କାର୍ଯ୍ୟାଳୟରେ ରହିବାତ ଦୂରର କଥା ତାଙ୍କ ପାଦ ଦିନକ ପାଇଁ ଏଠାରେ ପଡୁନଥିବା ଦେଖିବାକୁ ମିଳୁଛି। ବଡ଼ଡୁମୁରିଆ ପଞ୍ଚାୟତ ପାଇଁ ନିଯୁକ୍ତି ହୋଇଥିବା ଗ୍ରାମ ସେବକ ଜଣ ବଡ଼ଡୁମୁରିଆ ପଞ୍ଚାୟତ ଅଧିନରେ ରହିଥିବା ବିଭିନ୍ନ ଗ୍ରାମକୁ ଆସି ଚାଷୀମାନଙ୍କ ସହିତ ଚାଷ ସମ୍ପର୍କରେ କୌଣସି ପରାମର୍ଶ ଦେଉ ନାହାନ୍ତି। ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ଚାଷୀମାନଙ୍କ ଉନ୍ନତି ନିମନ୍ତେ କିନ୍ତୁ ଦାୟିତ୍ୱରେ ରହିଥିବା ଅଧିକାରୀ ଜଣକ ଏହି ପଞ୍ଚାୟତର ଚାଷୀମାନଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରୁ ନଥିବାରୁ ଏହି ପଞ୍ଚାୟତର ଅନେକ ଚାଷୀ ସରକାରଙ୍କ ଅନେକ ଯୋଜନାରୁ ବଞ୍ଚିତ ହୋଇ ରହୁଛନ୍ତି। ବଡ଼ଡୁମୁରିଆ ଗ୍ରାମସେବକ କାର୍ଯ୍ୟାଳୟ ନିୟମିତ ଖୋଲିବା ସହିତ କାର୍ଯ୍ୟାଳୟ ପରିସରକୁ ସଫା କରିବା, ଚାଷୀମାନଙ୍କୁ ପନିପରିବା ଚାଷଠାରୁ ଆରମ୍ଭ କରି ଧାନ ଚାଷ କରିବା ଦିଗରେ ପରାମର୍ଶ ଦେବା ଦିଗରେ ଦାୟିତ୍ୱରେ ରହିଥିବା ଗ୍ରାମସେବକ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦିଗରେ ବ୍ଲକ ପ୍ରଶାସନ ସ୍ୱତନ୍ତ ଦୃଷ୍ଟି ଦେବାକୁ ଜନସାଧାରଣରେ ମତ ପ୍ରକାଶ ପାଉଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories