www.samajalive.in
Thursday, December 11, 2025
16.1 C
Bhubaneswar

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବୈଠକ

ବୌଦ୍ଧ:ବୌଦ୍ଧ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ବୌଦ୍ଧ ଡିଭିଜନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୌଦ୍ଧ ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ଙ୍କ ଆବାହକତ୍ଵରେ ରେ ଅନୁଷ୍ଠିତ ଏହି ବୈଠକରେ ଚାରିଛକ ହେଡ ଚେକର ଶ୍ରୀବତ୍ସ ପ୍ରଧାନ ସଭାପତିତ୍ୱ କରିଥିଲେ।ଏଥିରେ ମୁଖ୍ୟ ଅତିଥିଭାବେ ଶ୍ରୀକାନ୍ତ ମିଶ୍ର ରହିଥିଲାବେଳେ ସମ୍ମାନିତ ଅତିଥିଭାବେ ଆଠମଲ୍ଲିକ ଡିଭିଜନ ଉପଦେଷ୍ଟା ନବ କୁମାର ମାହାର,ସ୍ୱତନ୍ତ୍ର ଅତିଥିଭାବେ ଆଠମଲ୍ଲିକ ଡିଭିଜନ ସମ୍ପାଦକ ବିନୋଦ ପ୍ରଧାନ ଯୋଗ ଦେଇଥିଲେ।ସଭା ଆରମ୍ଭ ପୂର୍ବରୁ ପୂର୍ବତନ ବୌଦ୍ଧ ଡିଭିଜନ ସମ୍ପାଦକ ପ୍ରଦୀପ କୁମାର ମିଶ୍ରଙ୍କ ବିୟୋଗ ରେ ତାଙ୍କ ଆମର ଆତ୍ମା ର ସଦଗତି ପାଇଁ ୧ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହି ବୈଠକ ରେ ବୌଦ୍ଧ ଡିଭିଜନ ଅନ୍ତର୍ଗତ ସମସ୍ତ ୮ ଟି ରେଞ୍ଜ ମନମୁଣ୍ଡା, ଘଣ୍ଟାପଡା, କଣ୍ଟାମାଲ, ଦମାମୁଣ୍ଡା, ବାଉଁଶୁଣି, ବୌଦ୍ଧ, ଚାରିଛକ, ହରଭଙ୍ଗାର ପ୍ରତ୍ୟେକ ରେଞ୍ଜରୁ ୧୦ ଜଣ ଲେଖାଏଁ ଯୋଗ ଦେଇଥିଲେ।

ବୈଠକରେ ପ୍ରତ୍ୟେକ ରେଞ୍ଜ ଓ କର୍ମଚାରୀ ମାନଙ୍କ ଅସୁବିଧା ଓ ସମସ୍ୟା ଉପରେ ଆଲୋଚନା ହୋଇଥିଲା।କଣ୍ଟାମାଲ ହେଡ ଚେକର ଗୋପାଳ ନାୟକ, ବୌଦ୍ଧର ବେଣୁଧର ସାହୁ, ଘଣ୍ଟାପଡାର ସଦସ୍ୟ ରଣା, ଦମାମୁଣ୍ଡାର ଧୋବା ପ୍ରଧାନ, ହରଭଙ୍ଗାର କ୍ଷେତ୍ରବାସୀ ପ୍ରଧାନ,ଏବଂ ବାଉଁଶୁଣି ଓ ମନମୁଣ୍ଡା ର ହେଡ ଚେକର ମାନେ ନିଜ ନିଜ ରେଞ୍ଜ ର ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ସମସ୍ୟା ମଧ୍ୟରେ ପ୍ରମୋସନ, ପ୍ରତ୍ୟେକ ରେଞ୍ଜ ରେ ଖାଲି ପଡିଥିବା ଚେକର, ସର୍କଲ ଚେକର,ପଦବୀ ପୂରଣ,ପୂର୍ବରୁ ବକେୟା ପଡିଥିବା କର୍ମଚାରୀ ମାନଙ୍କ ଦରମା ପଶ୍ଚିମ ଓଡିଶା ର ମୁଖ୍ୟ ଗଣାପର୍ବ ନୂଆଁଖାଇ ଦିନ ପୂର୍ବରୁ ପ୍ରଦାନ ଇତ୍ୟାଦି ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ସଂଘର ଏକ ପ୍ରତିନିଧି ଦଳ ବୌଦ୍ଧ ଡିଏଫଓଙ୍କୁ ଭେଟି ଜଣାଇବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଡିଏଫଓ ତୁରନ୍ତ ସମସ୍ୟା ସମାଧାନ ନ କଲେ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ମତପ୍ରକାଶ ପାଇଥିଲା। ସଂଘର ସମ୍ପାଦକ ଶ୍ରୀକାନ୍ତ ମିଶ୍ର ଙ୍କୁ ଉକ୍ତ ସମସ୍ୟା ସମାଧାନ ଉପରେ କାର୍ୟ୍ୟ କରିବାକୁ ସର୍ବସମ୍ମତି ମତପ୍ରକାଶ ପାଇଥିଲା ତଥା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories