www.samajalive.in
Thursday, December 11, 2025
16.1 C
Bhubaneswar

ସମୁଦ୍ର ଢେ଼ଉରେ ଭାସି ଯାଉଥିବା ବେଳେ ବିଶ୍ଵବିଦ୍ୟାଳୟ ଛାତ୍ର ଉଦ୍ଧାର

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଜନୈକ ଛାତ୍ର ସମୁଦ୍ର ରେ ଭାସି ଯାଉଥିବା ବେଳେ ବେଳାଭୂମି ରେ ନିୟୋଜିତ ରହିଥିବା ଲାଇଫ ଗାର୍ଡ ଏବଂ ଏନ୍ ଏ ସି ପକ୍ଷରୁ ସଫେଇ କାର୍ଯ୍ୟ ତଦାରଖ ନିମନ୍ତେ ନିୟୋଜିତ ରହିଥିବା କର୍ମଚାରୀ ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିବାରେ ସଫଳ ହୋଇଥିବା ଜଣାପଡିଛି।  ଆଜି ଅପରାହ୍ନ ୩ ଟା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ୩ ଜଣ ଛାତ୍ର ଗୋପାଳପୁର ବୁଲିବାକୁ ଯାଇ ଗୋପାଳପୁର ରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ବୁଲାବୁଲି କରିବା ପରେ ତିନିଜଣ ଯାକ ସମୁଦ୍ର ରେ ସ୍ନାନ କରୁଥିଲେ ‌। କିନ୍ତୁ ଏମାନଙ୍କ ମଧ୍ୟରୁ ରାଜିବ ଲୋଚନ ଦାସ ନାମକ ଜଣେ ଛାତ୍ର ସମୁଦ୍ର ଢେ଼ଉ ପ୍ରଭାବରେ ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ।
ଏହି ସମୟରେ ବେଳାଭୂମିରେ ନିୟୋଜିତ ରହିଥିବା ପୁଲିସ ଗୃହରକ୍ଷୀ ତଥା ଲାଇଫ ଗାର୍ଡ ଲିଙ୍ଗରାଜ ବେହେରା ଏକ ଟିୟୁବ ସାହାଯ୍ୟରେ ସମୁଦ୍ର ମଧ୍ୟକୁ ପସି ଥିଲେ ସୁଦ୍ଧା ଛାତ୍ର ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିନଥିଲେ।ଏପରି ସ୍ଥିତିରେ ବେଳାଭୂମି ପରିସରରେ ସଫେଇ କାର୍ଯ୍ୟ ରେ ନିୟୋଜିତ ରହିଥିବା ସନ୍ତୋଷ ନାୟକ, ଦେବେନ୍ଦ୍ର ନାୟକ ଓ ମିଥୁନ ନାୟକ ମଧ୍ୟ ସମୁଦ୍ର ରେ ପସି ଛାତ୍ରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାଣିର ସ୍ରୋତ ପ୍ରଖର ଥିବାରୁ ଛାତ୍ର ଜଣକ କୂଳଠାରୁ ପ୍ରାୟ ୭୦୦ ମିଟର ଦୂରକୁ ଚାଲି ଯାଇଥିଲେ।ଏହି ସମୟରେ ସମୁଦ୍ର ରେ ଜଳକ୍ରୀଡା ନିମନ୍ତେ ବ୍ୟବହୃତ ବୋଟ ର କେତେକ କର୍ମଚାରୀ ଛାତ୍ର ଜଣଙ୍କୁ ଉଦ୍ଧାର କରି ପୁଲିସ ର ଜିମା ଦେଇଥିଲେ। ଉଦ୍ଧାର ପରେ ବେଳାଭୂମି ରେ ପ୍ରାଥମିକ ଚିକିତ୍ସା ପରେ ଛାତ୍ର ଜଣଙ୍କୁ ଅନ୍ୟ ଛାତ୍ରମାନଙ୍କ ଜିମା ଦିଆଯାଇଥିଲା। ଛାତ୍ର ଜଣକ ସୁସ୍ଥ ଥିବା ଜଣାପଡିଛି

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories